ବେଆଇନ୍ ସିମ୍ କନେକ୍ସନ ପାଇଁ କେନ୍ଦ୍ର ଜାରି କଲା ଟିଏଏଫ୍-ସିଓପି ପୋର୍ଟାଲ୍‌

ଟ୍ବିଟ୍ କରି ସଚେତନ କଲେ ଡିସିପି

ଭୁବନେଶ୍ବର : ଲଗାମହୀନ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ୍ ମନ୍ତ୍ରଣାଳୟ ସାରା ଦେଶ ପାଇଁ ଏକ ପୋର୍ଟାଲ୍ ଉନ୍ମୋଚନ କରିଛି। ପୋର୍ଟାଲ୍‌ର ନାଁ ଟିଏଏଫ୍-ସିଓଫି ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହା ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପାଇଁ ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ସାରା ଦେଶରେ ଏହା ଉପଲବ୍ଧ କରାଯିବ। ଏ ନେଇ ଶନିବାର ଦିନ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସାଇବର ଅପରାଧାକୁ ରୋକିବା ପାଇଁ ଏହା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର ହୋଇପାରିବ ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କ ନିୟମ ଅନୁସାରେ ସାଇବର ଅପରାଧକୁ ରୋକିବା ପାଇଁ ସିମ୍ ସକ୍ରିୟ କରିବା ସମୟରେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ତେବେ ନିଜ ପରିଚୟପତ୍ରରେ କେତେ ସିମ୍ କନେକ୍ସନ କରାଯାଇଛି, ତାହା ଜାଣିବା ପାଇ tafcop.dgtelecom.gov.in ୱେବସାଇଟ୍ ଉପଲବ୍ଧ କରାଯାଇଛି। ଏହି ୱେବସାଇଟରେ ଆପଣଙ୍କ ସକ୍ରିୟ ନମ୍ବର ଦେବେ। ଏହା ପରେ ମୋବାଇଲ୍‌କୁ ଏକ ଓଟିପି ଆସିବ। ଓଟିପି ଯାଞ୍ଚ୍ କରିବା ଏକ ଆଇଡି ଉକ୍ତ ନମ୍ବରରେ ସକ୍ରିୟ ହେବ। ଏହା ପରେ ଆପଣଙ୍କ ପରିଚୟପତ୍ରରେ କେତୋଟି ସିମ୍ କାର୍ଡ କନେକ୍ଟ ଅଛି ସେ ତାଲିକା ଦେଖାଇବ। ବେଆଇନ୍ ଭାବେ ବା ଆପଣଙ୍କ ଅଗୋଚରରେ କନେକ୍ଟ ହୋଇଥିବା ସିମ୍ କାର୍ଡକୁ ଉକ୍ତ ପୋର୍ଟାଲ୍‌ରେ ରିପୋର୍ଟ କରି ଉକ୍ତ ନମ୍ବରକୁ ନିଷ୍କ୍ରିୟ କରାଯାଇପାରିବ। ଭାରତ ସରକାରଙ୍କ ନିୟମ ଅନୁସାରେ ଗୋଟିଏ ଆଇଡିରେ ଆପଣ ୯ଟି ସିମ୍ କାର୍ଡ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର