ତକ୍ଷଶୀଳା ସ୍କୁଲ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱର ମଡେଲ ପବ୍ଲିକ୍‌ ସ୍କୁଲ୍‌ ତକ୍ଷଶୀଳାର ବାର୍ଷିକ ଉତ୍ସବ ସ୍କଲ୍‌ ପରସରରେ ଉଦ୍‌ଘାଟିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ସମିତି ଅଧ୍ୟକ୍ଷ ଟୁଟୁଲ କିଶୋର ଦାସ ଏବଂ ନିର୍ଦେଶିକା ସିକତା ଦାସ ଉତ୍ସବକୁ ଉଦ୍‌ଘାଟନ କରିଥିଲା ବେଳେ ବିଦ୍ୟାଳୟ ଅଧ୍ୟକ୍ଷ ଲିପ୍‌ସିତା ମହାନ୍ତି ଓ ଉପାଧ୍ୟକ୍ଷ ପୁଷ୍ପିତା ଉପାଧ୍ୟାୟ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାର୍ଥୀଙ୍କ ଦ୍ୱାରା ରାମାୟଣ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା। ଏହି ଦୁଇଦିନଆ ଉତ୍ସବ ବୁଧବାର ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର