ସେଲ୍‌ଟର୍‌ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରତିଭା ଅନେ୍ଵଷଣ

ଭୁବନେଶ୍ୱର : ସେଲଟର ଫାଉଣ୍ଡେସନ୍‌ ପକ୍ଷରୁ ଦଶମ ଜାତୀୟ ସ୍ତରୀୟ ପ୍ରତିଭା ଅନେ୍ଵଷଣ ପ୍ରତିଯୋଗିତା ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କର୍ପୋରେଟର ନବ କିଶୋର ବେହେରା ଉଦ୍‌ଘାଟନ କରିଥିଲେ। ଏଥିରେ ଓଡ଼ିଶା ଏବଂ ରାଜ୍ୟ ବାହାରୁ ୪୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ମାନସିକ ଦକ୍ଷତା, ପ୍ରବନ୍ଧ, ସାଧାରଣ ଜ୍ଞାନ, ଗଳ୍ପ, ରାଇମ୍‌ସ୍‌, ମେମୋରି ଟେଷ୍ଟ ପରି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ସଂଧ୍ୟାରେ ୮୦ଜଣ ମା’ଙ୍କୁ ନେଇ ଝୋଟି, ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ରାଇମ୍‌ସ୍‌, ଗଳ୍ପରେ ବିଚାରକ ଭାବେ ଶରତ କୁମାର ଓ ନୃସିଂହ ଚରଣ ଥିବା ବେଳେ ଝୋଟି, ରଙ୍ଗୋଲିରେ ବିଚାରକ ଭାବେ ଚିତ୍ରଗୁରୁ ଅଜୟ ରାଉତ ଯୋଗ ଦେଇଥିଲେ। ଏହି ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍‌, ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ୍‌ ଶୋ ଏବଂ ବକ୍ତତା ପ୍ରତିଯୋଗିତା ଆସନ୍ତା ଏପ୍ରିଲ୍‌ ୮ ତାରିଖରେ ଓ ତୃତୀୟ ପର୍ଯ୍ୟାୟରେ ପୁରସ୍କାର ଓ ସମ୍ମାନ ପ୍ରଦାନ ଆସନ୍ତା ଜୁଲାଇ ୧ ତାରିଖରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଅଜୟ ରାଉତ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରୀ ରାଉତ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର