ଭୁବନେଶ୍ବର : ହଂକଂରେ ଅନୁଷ୍ଠିତ ‘ଟ୍ୟାଲେଣ୍ଟ୍ ଇଣ୍ଟରନ୍ୟାସ୍ନାଲ ମଡେଲ୍’ ପ୍ରତିଯୋଗିତାରେ ଦୁଇ କୁନି ଝିଅ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ୨୨ଟି ଦେଶର କୁନିକୁନି ପିଲା ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ (୧୦) ପ୍ରିନ୍ସେସ୍ ବିଭାଗରେ ରନର୍ସଅପ୍ ଓ ଟ୍ୟାଲେଣ୍ଟ୍ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ସୃଷ୍ଟି ଦାସ (୧୩) ମିସ୍ ଗୋଲ୍ଡ ଟାଇଟଲ୍ ବିଜେତା ହୋଇଛନ୍ତି। ଏହି ଦୁଇଜଣ କୁନି ମଡେଲ୍ ଏବେ ଭୁବନେଶ୍ବର ସେଣ୍ଟ୍ ଯୋଶେଫ୍ ସ୍କୁଲ୍ରେ ପଢ଼ୁଛନ୍ତି। ଓଡ଼ିଶା ଫେସନ୍ ଭିଲ୍ଲା ମଡେଲ୍ ଗ୍ରୁପ୍ର ଜୁନିୟର ଓଡ଼ିଶା ଟପ୍ ମଡେଲ୍ ଅଡିସନ୍ରେ ଯୋଗ୍ୟ ବିବେଚିତ ହେବା ପରେ କେରଳରେ ଜୁନିୟର ମଡେଲ୍ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦୁହେଁ ଭାଗ ନେବାର ସୁଯୋଗ ପାଇଥିଲେ। ଆଗକୁ ଆହୁରି ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ୍ ହେବାକୁ ସୁଯୋଗ ଦିଆଯିବ ବୋଲି ଓଡ଼ିଶା ଫେସନ୍ ଭିଲ୍ଲାର ନିର୍ଦେଶକ ଅଭିଜିତ ମହାନ୍ତି କହିଛନ୍ତି।
ଅନ୍ତର୍ଜାତୀୟ ମଡେଲ୍ ପ୍ରତିଯୋଗିତାରେ ଚମକିଲେ ସରନ୍ୟା, ସୃଷ୍ଟି
/sambad/media/post_attachments/wp-content/uploads/2019/08/FB_IMG_1566936229881.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)