ଭୁବନେଶ୍ୱର: ଦୁନିଆରେ ମଣିଷ ଓ ଜୀବଜନ୍ତୁଙ୍କ ଭଳି ପ୍ରେତାତ୍ମା ମଧ୍ୟ ଅଛନ୍ତି। ଭୂଲୋକ ଓ ସ୍ୱର୍ଗଲୋକ ଭଳି ପ୍ରେତଲୋକ ବି ରହିଛି। ପ୍ରତ୍ୟେକ ଲୋକ ମୃତ୍ୟୁ ପରେ ଏଠାରେ ରହିଯାଏ। ପରେ ସେ ଯେକୌଣସି ରୂପରେ ଜନ୍ମ ନିଏ। ପ୍ରେତମାନେ ବିଚରଣ କରୁଥିବା ଜାଗା ହେଉଛି ପ୍ରେତପୁର। ପ୍ରେତାତ୍ମା ଥିବାରୁ ସେମାନଙ୍କୁ କାବୁ କରିବା ପାଇଁ ଗୁଣିଗାରେଡ଼ି ଚାଲୁଛି। ଗୁଣିଆମାନେ ସୃଷ୍ଟି ହେଉଛନ୍ତି। ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଗବେଷଣାଲବ୍ଧ ଏହି କଥାବସ୍ତୁ ଆଧାରରେ ରଚିତ ଗଳ୍ପକୁ ନେଇ ବିଜୁ ନାଟ୍ୟ କେନ୍ଦ୍ର ପରିସରରେ ମଂଚସ୍ଥ ହୋଇଛି ନାଟକ ‘ତନ୍ଦ୍ରାଲୋକର ପ୍ରହରୀ’। ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ଯୁବ ନାଟ୍ୟକାର ଡ. ଆଲୋକ ଅଗ୍ନିବେଶଙ୍କ ନିର୍ଦେଶନାରେ ମଞ୍ଚସ୍ଥ ଏହି ନାଟକ ଦର୍ଶକଙ୍କୁ ଭିନ୍ନ ଏକ ଅନୁଭବ ଦେଇଥିଲା। ‘ଶତାବ୍ଦୀର କଳାକାର’ର ବୈଷୟିକ ସହଯୋଗରେ ଆୟୋଜିତ ଏହି ନାଟକରେ ନୃସିଂହ, ସଂଗ୍ରାମ ଓ ଅବିନାଶ ମଞ୍ଚ ସଜେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ପ୍ରତାପ। ଏହି ଅବସରରେ ବିଶିଷ୍ଟ କଥାକାର ଗୌରହରି ଦାସ, ନାଟ୍ୟକାର ରବୀନ୍ଦ୍ରନାଥ ଦାସ, ସୀତେଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନର ଧୀରେନ୍ଦ୍ରନାଥ ମଲ୍ଲିକ, ଦର୍ପ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୯ ତାରିଖରେ ପୁନର୍ବାର ଏହି ନାଟକ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ।
‘ତନ୍ଦ୍ରାଲୋକର ପ୍ରହରୀ’ରେ ପ୍ରେତଲୋକର କଥା
/sambad/media/post_attachments/wp-content/uploads/2018/07/m4-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)