ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ରାସ୍ତାର ମାଳ ଭୋଇସାହି ନିକଟରେ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଏକ ଚେୟାର ବୋଝେଇ କାର୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶେଷ ଖବର ଲେଖା ହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ପକେଟ୍ରୁ ମିଳିଥିବା ଏଟିଏମ୍ କାର୍ଡ, ମନିପର୍ସକୁ ଆଧାର କରି ପୁଲିସ ତାଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି। ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଏକ ଚେୟାର ବୋଝେଇ ଟାଟା ଏସି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ି ଭିତରେ ଥିବା ଦୁଇଜଣ ଯୁବକ ପାଣିରେ ବୁଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ବାଲିଅନ୍ତା ଦମକଳବାହିନୀ ଘଟଣାସ୍ଥଳରେ ଅନ୍ୟଜଣଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ପ୍ରଥମେ ବାଳକାଟି ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାପ୍ତ ସୂଚନାନୁଯାୟୀ ଟାଟାଏସି ଗାଡ଼ିଟି ଭୁବନେଶ୍ୱରରୁ ବାଲିପାଟଣା ଅଭିମୁଖେ ଯାଉଥିଲା।
ଓଲଟିଲା ଟାଟା ଏସି, ଜଣେ ମୃତ
/sambad/media/post_attachments/wp-content/uploads/2018/08/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)