ଟାଟା ଏସିଇ ଧକ୍କାରେ ବୁଲେଟ୍‌ ଆରୋହୀ ଗୁରୁତର

ଖଣ୍ଡଗିରି: ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ୧୦ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ା ମା ବାଟ ଭୁଆସୁଣୀ ମନ୍ଦିର ନିକଟରେ ଏକ ଟାଟା ଏସିଇ ଏକ ବୁଲେଟ୍‌ରେ ପିଟି ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଜଟଣୀ ତରାବୋଇର ସ୍ୱପ୍ନେଶ ନାୟକ(୪୫) ଓ ଖୋର୍ଧା ସିମର ବାଘମାରୀର ବିଭୂତି ଭୂଷଣ ସେଠୀ(୩୦)। ଦୁଇଜଣଙ୍କୁ ଯାଁଳା ଫାଣ୍ଡି ପୁଲିସ ହସ୍ପିଟାଲକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରିଛି। ଟାଟା ଏସି ଚାଳକକୁ ପୁଲିସ ଫାଣ୍ଡିରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସୂଚନାନୁସାରେ ସ୍ୱପ୍ନେଶ ଓ ବିଭୂତି ଏକ ନୂଆ ନମ୍ବର ବିହୀନ ବୁଲେଟ୍‌ ଯୋଗେ ଭୁବନେଶ୍ୱରରୁ କାମ ସାରି ଖୋର୍ଧା ଯାଉଥିଲେ। ସେମାନେ ଠିକ୍‌ ମା’ ବାଟ ଭୁଆସୁଣୀ ମନ୍ଦିର ପାର୍‌ ହୋଇଥିବାବେଳେ ଜାତୀୟ ରାଜପଥର ଅପରପାର୍ଶ୍ୱରୁ ଏକ ଟାଟା ଏସିଇ ଛିଟିକି ଆସି ବୁଲେଟ୍‌ରେ ପିଟି ହୋଇଯାଇଥିଲା। ଟାଟାଏସି (ଓଡି୦୨ଜି-୮୪୬୧)ଟି ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଦ୍ରୁତବେଗରେ ଯାଉଥିବାବେଳେ କୌଣସି କାରଣରୁ ଚାଳକ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ଚଢ଼ାଇ ଦେଇଥିଲା ଓ ଗାଡ଼ିଟି ଛିଟିକି ଯାଇ ବୁଲେଟ୍‌ରେ ପିଟି ହୋଇଯାଇଥିଲା। ଫଳରେ ବୁଲେଟ୍‌ଟି ଚୂରମାର୍‌ ହେବା ସହ ସ୍ୱପ୍ନେଶ ଓ ବିଭୂତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଟାଟା ଏସି ଚାଳକକୁ କାବୁ କରି ବହେ ଛେଚିଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଦ୍ୱୟଙ୍କୁ ହସ୍ପିଟାଲ ପଠାଇବା ସହ ଟାଟା ଏସିଇ ଚାଳକକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର