ଗାଡ଼ିମଟରର କର୍କଶ ଶବ୍ଦ ସହ ଧୂଳିଧୂଆଁ; ଏହାରି ଭିତରେ ତ କଟେ ସହରୀ ଜୀବନ। ସହରରେ ତାଜା ପବନ ଓ ସବୁଜ ପରିବେଶ ମିଳିବା ମହଙ୍ଗା। କିନ୍ତୁ ଏସବୁର ବିପରୀତ କଥା ଦେଖିବାକୁ ‘ଟାଟା ଆରିଆନା’ରେ। ୮ଟି ଟାୱାର୍ରେ ୧୩ ରୁ ୧୬ ମହଲାବିଶିଷ୍ଟ ଏହି ଆପାର୍ଟମେଣ୍ଟ୍ରେ ୭୯୦ ପରିବାର ତିଆରିଛନ୍ତି ନିଜର ସ୍ବପ୍ନର ନୀଡ଼। ଝରକା ଖୋଲୁଖୋଲୁ ସ୍ବଚ୍ଛ ଶୀତଳ ପବନ କ୍ଷଣିକରେ ମନ ହୃଦୟକୁ ତାଜା କରିପକାଏ। ଆନନ୍ଦବନର ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ଘର ଭିତରକୁ ଭାସିଆସେ ଝରକା ଡେଇଁ। ବିଳାସପୂର୍ଣ୍ଣ ଘର, ହାତପାହାନ୍ତାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ସବୁଜ ପରିବେଶ ଏହି ଆପାଟର୍ମେଣ୍ଟବାସୀଙ୍କ ମନରେ ଭରିଦିଏ ଅଫୁରନ୍ତ ଆନନ୍ଦ। ଏଠାକାର ସୁରକ୍ଷା ବ୍ୟବସ୍ଥା ବେଶ୍ ସୁଦୃଢ଼। ଶହେରୁ ଅଧିକ ସିସି କ୍ୟାମେରା, ୬୬ଜଣ ସୁରକ୍ଷାକର୍ମୀ, ୩୦ ସପୋର୍ଟ ଷ୍ଟାଫ୍ ଓ ‘ମାଇଁ ଗେଟ୍’ ଭଳି ଡିଜିଟାଲ୍ ଆପ୍ର ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ଅତ୍ୟାଧୁନିକ ଜିମ୍, ସ୍ପା, ଜୁମ୍ବା ନୃତ୍ୟଶାଳା, ଯୋଗ ଆଦି ବ୍ୟବସ୍ଥା ରହିଛି। ପିଲାଙ୍କ ଖେଳକୁଦ ପାଇଁ ପାର୍କ ସାଙ୍ଗକୁ ବାସ୍କେଟ୍ ବଲ୍, ଲନ୍ ଟେନିସ୍, ବିଲିଆର୍ଡସ୍, ଚେସ୍, ବ୍ୟାଡ୍ମିଣ୍ଟନ, ଓ ସୁଇମିଂ ପୁଲ୍ ସୁବିଧା ସମ୍ଭ୍ରାନ୍ତ ଜୀବନ ଜିଇଁବାର ସୁଯୋଗ ଦେଇଛି। ପାଠାଗାର, ଯୋଗ ଓ ହସ କ୍ଲବ୍ ବ୍ୟବସ୍ଥା ମଧ୍ୟ ଅଛି।
ସାୱନ୍ ପାର୍ଟି ବେଶି ଖୁସି ଦିଏ
ମହିଳାମାନଙ୍କ ଖୁସି ପାଇଁ ପ୍ରତି ୩ ମାସରେ ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରାଯାଏ। ମହିଳାମାନେ ଏଠାରେ ନିଜ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ କରନ୍ତି। ଫଳରେ ନିଜର କଳା ପ୍ରଦର୍ଶନ କରି ସେମାନେ ଖୁସି ହୁଅନ୍ତି। ପର୍ବପର୍ବାଣୀ ଆସିଲେ ମହିଳାମାନେ ହିଁ ଦାୟିତ୍ବ ନେଇ ସବୁ ଆୟୋଜନ କରନ୍ତି। ସାୱନ୍ ପାର୍ଟିର ମଜା କିଛି ନିଆରା। ସେହିଭଳି ଏଠାରେ ରହୁଥିବା ଅଣଓଡ଼ିଆ ମହିଳାମାନଙ୍କ କର୍ବାଚୌଥ୍ ବ୍ରତ ମଧ୍ୟ ଦେଖିବାକୁ ମିଳେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/16/sfsfsfxc-2025-10-16-03-31-57.jpg)