ଭୁବନେଶ୍ବର : ଟାଟ ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ମଧ୍ୟସ୍ଥ ସାଜିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ବର ରାଓଙ୍କ ଦୁଇ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। ଆସନ୍ତାକାଲି ତାଙ୍କୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯିବା ପରେ ସେ ପୁଣି ଜେଲ ଫେରିବେ। ଦୁଇ ଦିନ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ଠକାମିର ଶିକାର ହୋଇଥିବା ଯୁବକଯୁବତୀଙ୍କ ଭିତରୁ କିଛି ସର୍ବେଶ୍ବରଙ୍କୁ ଟଙ୍କା ଦେଇଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ସେ ପ୍ରଦୀପ ଓ ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକ ସହ ଯୋଗାଯୋଗରେ ରହିଥିଲେ। ଏହି ତିନି ଜଣ ମିଶି ଠକେଇ ସିଣ୍ଡିକେଟ୍ କରିଥିଲେ ବୋଲି କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିଛି। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଆକାଶ ଓ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଜେରା କରିଥିଲା।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ରିମାଣ୍ଡ ସରିଲା, ଆଜି ଜେଲ୍ ଫେରିବେ ସର୍ବେଶ୍ବର
/sambad/media/post_attachments/wp-content/uploads/2020/12/Sarbeswar-Rao.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)