ଭୁବନେଶ୍ବର: ଡିଅନ୍ ଅଟୋମୋଟିଭ୍ ପକ୍ଷରୁ ସାମନ୍ତରାପୁରଠାରେ ଟାଟା ମୋଟର୍ସର ସ୍ବତନ୍ତ୍ର ଇଭି ସୋ’ରୁମ୍ ଖୋଲାଯାଇଛି। ଏହି ସୋ’ରୁମ୍ ୩୦୦୦ ବର୍ଗଫୁଟରେ ବ୍ୟାପୀଥିବା ବେଳେ ସେଥିରେ ଟିଆଗୋ ଇଭି, ଟିଗୋର ଇଭି, ପଞ୍ଚ ଇଭି, ନେକ୍ସନ ଇଭି ଓ କର୍ଭ ଇଭି ଉପଲବ୍ଧ ରହିଛି। ଭୁବନେଶ୍ବର, କଟକ ଓ ପୁରୀର ଗ୍ରାହକମାନେ ଗୋଟିଏ ଛାତ ତଳେ ଟାଟା ମୋଟର୍ସର ସମ୍ପୂର୍ଣ୍ଣ ଇଭି ଉତ୍ପାଦ ବର୍ଗମାଳାକୁ ପାଇପାରିବେ। ନିକଟରେ ଉନ୍ମୋଚନ ହୋଇଥିବା ମଡେଲ୍ଗୁଡ଼ିକ ପାଇଁ ଏହି ଡିଲର୍ସିପ୍ ଉତ୍ସାହଜନ ବୁକିଂ ହାସଲ କରିଛି। ଏହା ହେଉଛି ଏକମାତ୍ର ଡିଲର୍ସିପ୍, ଯେଉଁଠାରେ ଗ୍ରାହକମାନେ ଟାଟା ମୋଟର୍ସର ପେଟ୍ରୋଲ, ଡିଜେଲ୍, ସିଏନ୍ଜିରେ ଚାଲୁଥିବା ଏବଂ ଇଲେକ୍ଟ୍ରିକ୍ ମଡେଲ୍ ପାଇପାରିବେ। ନୂଆ ସୋ’ରୁମ୍କୁ ଟାଟା ମୋଟର୍ସର ଜୋନାଲ୍ ମ୍ୟାନେଜର ଜୟଦୀପ ଗୁପ୍ତେ, ଆଞ୍ଚଳିକ ପ୍ରବନ୍ଧକ ମହମ୍ମଦ ସୋଏବ, ଆଞ୍ଚଳିକ ଡିଲର ଡେଭେଲମେଣ୍ଟ ପ୍ରବନ୍ଧକ ରାମମୋହନ, ଟେରିଟୋଲି ସେଲ୍ସ ମ୍ୟାନେଜର ଶୈଳେଶ ରାଏ, ଡିଲର୍ସିପ୍ ପ୍ରିନ୍ସିପାଲ୍ ସୁରେଶ ଚନ୍ଦ୍ର ସାହୁ ଓ ଡିଅନ୍ ଗ୍ରୁପ୍ର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ ଟାଟା ମୋଟର୍ସ ପକ୍ଷରୁ ଦାୟିତ୍ବ ଦିଆଯାଇଥିବା ଅଞ୍ଚଳଗୁଡ଼ିକର କୋଣ ଅନୁକୋଣରେ ବିଶ୍ବ ଶ୍ରେଣୀର ସେବା ଓ ଗ୍ରାହକ ସନ୍ତୁଷ୍ଟି ସହ ପରିବହନ ସୁବିଧା ପହଞ୍ଚାଇବାକୁ ଆମେ ପ୍ରତିବଦ୍ଧ ରହିଛୁ। ସୋ’ରୁମ୍ରେ ଗ୍ରାହକମାନେ ବିଭିନ୍ନ ମଡେଲ୍ର ଆସେସୋରିଜ୍ ପାଇପାରିବେ ଖୁବ୍ଶୀଘ୍ର ଭୁବନେଶ୍ବରରେ ଏହା ଦ୍ବିତୀୟ ୱାର୍କସପ୍ ଖୋଲିବାକୁ ଯାଉଛି।
ଟାଟା ମୋଟର୍ସର ନୂଆ ଇଭି ସୋ’ରୁମ୍
ଡିଅନ୍ ଅଟୋମୋଟିଭ୍ ପକ୍ଷରୁ ସାମନ୍ତରାପୁରଠାରେ ଟାଟା ମୋଟର୍ସର ସ୍ବତନ୍ତ୍ର ଇଭି ସୋ’ରୁମ୍ ଖୋଲାଯାଇଛି। ଏହି ସୋ’ରୁମ୍ ୩୦୦୦ ବର୍ଗଫୁଟରେ ବ୍ୟାପୀଥିବା ବେଳେ ସେଥିରେ ଟିଆଗୋ ଇଭି, ଟିଗୋର ଇଭି...
/sambad/media/media_files/2025/07/12/mqsdzxcvbn-2025-07-12-07-06-38.jpg)