ଭାଗନେଲେ ସାରା ଦେଶର ପ୍ରମୁଖ ୧୫ ଚିତ୍ରଶିଳ୍ପୀ

ଟାଟା ଷ୍ଟିଲର ଜାତୀୟ କଳା ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଟାଟା ଷ୍ଟିଲ ପକ୍ଷରୁ ଦ୍ୱିତୀୟ ଆର୍ଟ ଇନ୍‌ ଇଣ୍ଡଷ୍ଟ୍ରି ଜାତୀୟ ଚିତ୍ରକଳା ଶିବିର ଆରମ୍ଭ ହୋଇଛି। ଓଡ଼ିଶା ପ୍ରେସ୍‌ କ୍ଲବ ଠାରେ ଅନୁଷ୍ଠିତ ହେଉଥିବା ଏହି ଶିବିର ତିନିଦିନ ଧରି ଚାଲିବ। ଏଥିରେ ଆର.ବି ଭାସ୍କରନ, ବଳଦେବ ଗମ୍ଭୀର, ବ୍ରିନ୍ଦଭନ ସୋଲାଙ୍କି, ପ୍ରଶାନ୍ତ ସାହୁ, ମାନସ ଜେନା, ଗୌରପ୍ରସାଦ ରାଉତ, ରବିନାରାୟଣ ରଥ, ଗଜେନ୍ଦ୍ର କୁମାର ପାଢୀ, ସୁଭଦ୍ରା ଚାନ୍ଦ, ପିନାକୀ ରଞ୍ଜନ ମହାନ୍ତି, ପଞ୍ଚାନନ ସାମଲ, ଅନିରୁଦ୍ଧ ସାହୁ, ବିଭୁଦତ୍ତ କଳାଚାନ୍ଦ ପ୍ରଧାନ, ପ୍ରିୟଦର୍ଶିନୀ ମହାନ୍ତି, ବିକ୍ରମ କେଶରୀ ରାଉତରାୟ ପ୍ରମୁଖ ୧୫ ଜଣ ବିଶିଷ୍ଟ ଚିତ୍ରଶିଳ୍ପୀ ଅଂଶଗ୍ରହରଣ କରିଛନ୍ତି। ଆଜିର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ବଳଦେବ ଗମ୍ଭୀର, ରୁଚି ନରେନ୍ଦ୍ରନ ପ୍ରମୁଖ ଯୋଗ ଦେଇଥିଲେ। ଟାଟା ଷ୍ଟିଲର ଗ୍ରୁପ୍‌ ନିର୍ଦେଶକ ଚାଣକ୍ୟ ଚୌଧୁରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର