ଲୋକାର୍ପିତ ହେଲା ‘ତତ୍ତ୍ୱାଲୋକ’

ଭୁବନେଶ୍ୱର : ସନାତନ ଧର୍ମ ଉପରେ ଆଧାରିତ ପତ୍ରିକା ତତ୍ତ୍ୱାଲୋକ ଆଜି ପାନ୍ଥନିବାସର କଳିଙ୍ଗ କନଭେନସନ ହଲରେ ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ସମ୍ପାଦକ ସାରଳା ପଞ୍ଚପକେସନ । ଓଡ଼ିଶା ଖଣି ନିଗମ ଲିମିଟେଡର ନିର୍ଦେଶକ ଡ. ଶାନ୍ତନୁ ରଥ ଅତିଥି ରୂପେ ଯୋଗ ଦେଇ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରକାଶ ପାଉଥିବା ଏହି ମାସିକ ପତ୍ରିକା ଯୁବପିଢ଼ି ଓ ବୟସ୍କଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ। ଆଦି ଶଙ୍କର ବେଦାନନ୍ଦ ପ୍ରତିଷ୍ଠାନର ସାଧାରଣ ସଂପାଦକ ନିରଞ୍ଜନ ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର