ଭୁବନେଶ୍ବର: ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର (ଇଷ୍ଟଜୋନ୍) ପକ୍ଷରୁ ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଭୁବନେଶ୍ବର ଟ୍ୟାକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍.ସି ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏଆଇଏଫଟିପିର ଜାତୀୟ ସଭାପତି ଡି.କେ ଗାନ୍ଧି ମୁଖ୍ୟ ଅତିଥି, ଆଡଭୋକେଟ ବିକ୍ରମ ଚାଓ୍ବଲା ଓ ଆନନ୍ଦ ପାଣ୍ଡେ ମୁଖ୍ୟବକ୍ତା, ଏଆଇଏଫିଟିପିର ପଙ୍କଜ ଘିୟା, ସାଧାରଣ ସଂପାଦକ ସିଏ ଜମୁନା ଶୁକ୍ଳା, ପୂର୍ବାଞ୍ଚଳ ଜାତୀୟ ଉପସଭାପତି ଆନନ୍ଦ ପସାରୀ, ବିବେକ ଅଗ୍ରୱାଲ, ସଞ୍ଜୀବ ଅନୱାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଜିଏସଟି ଓ ଆୟକର ସମ୍ବନ୍ଧୀୟ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜିଏସଟି ଅଧିବେଶନରେ ପଙ୍କଜ ଘିୟା ଓ ଆୟକର ଅଧିବେଶନ ପ୍ରେମଲତା ବଂଶଲ ଅଧ୍ୟକ୍ଷତା କରିଥିଲେ। ବିଜୟକୃଷ୍ଣ ମହାନ୍ତି, ବିମଳ ନନ୍ଦନ ମହାପାତ୍ର, ଏସ୍ଏନ୍ ସାହୁ, ବିବେକ ମହାନ୍ତି, ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତି, ସମ୍ମିଳନୀ ସଚିବ ସୁଧାଂଶୁ ଏସ୍ ଦାସ, ପ୍ରଦୋଷ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/51-8.jpg)