ଭୁବନେଶ୍ୱର: ଚା’ରେ କ୍ଷତିକାରକ ରଙ୍ଗ ମିଶା ଯାଉଥିବା ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇଛି। ଏସବୁ ନମୁନାକୁ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ-୧ ମାର୍କେଟ୍ ଓ କଟକର ବିଭିନ୍ନ ସ୍ଥାନରୁ ହୋଲସେଲ ବିକ୍ରେତାଙ୍କଠାରୁ ଚା’ନମୁନା ସଂଗ୍ରହ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ରାଜଧାନୀରୁ ୨ଟି ଓ କଟକରୁ ୪ଟି ନମୁନା ସଂଗ୍ରହ କରିଛନ୍ତି। ଆସନ୍ତା ୧୪ଦିନ ମଧ୍ୟରେ ଏସବୁ ନମୁନାର ପରୀକ୍ଷା ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ପାଇବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଶିଲିଗୁଡ଼ି ଓ ଆସାମ ଅଞ୍ଚଳରୁ ଆସୁଥିବା ବିନା ବ୍ରାଣ୍ଡ ଚା’ ପତିରେ କୃତ୍ରିମ ରଙ୍ଗ ମିଶୁଥିବା ଅଭିଯୋଗ ହୋଇଥିଲା। କମ୍ ଚା’ ପତି ପକାଇ ଆବଶ୍ୟକ ଗାଢ଼ ରଙ୍ଗ ପାଇବା ପାଇଁ ଏଥିରେ ରଙ୍ଗ ମିଶା ଯାଉଛି। ଗତ ୨ବର୍ଷ ହେବ ଏଭଳି ରଙ୍ଗ ମିଶା ଚା’ର ବ୍ୟବହାର ରାଜ୍ୟରେ ବୃଦ୍ଧି ପାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ଚା’ରେ ଜହର ପ୍ରସଙ୍ଗ, ଭୁବନେଶ୍ୱର ଓ କଟକରୁ ନମୁନା ସଂଗ୍ରହ
/sambad/media/post_attachments/wp-content/uploads/2018/08/TEA1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)