‘ଶିକ୍ଷିତ ହୁଅ, ସଂଘର୍ଷ କର ଓ ସଂଗଠିତ ହୁଅ’

ଭୁବନେଶ୍ବର: ସ୍ଥାନୀୟ ଇଡିକଲ ଅଡିଟୋରିୟମ୍‌ ପରିସରରେ ଏଲ୍‌ଆଇସି ମଣ୍ଡଳର ଅନୁସୂଚିତ ଜାତି ଜନଜାତି କଲ୍ୟାଣ ପରିଷଦର କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳର ସର୍ବଭାରତୀୟ ସମ୍ପାଦକ କେପି ଚୗଧୁରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ପ୍ରଦର୍ଶିତ ମାର୍ଗ ଶିକ୍ଷିତ ହୁଅ, ସଂଘର୍ଷ କର ଓ ସଂଗଠିତ ହୁଅ ମାର୍ଗକୁ ଆପଣେଇବା ପାଇଁ ଆହ୍ବାନ ଦେଇଛନ୍ତି। ଏଥିସହ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟର ମଣ୍ଡଳ ପ୍ରବନ୍ଧକ ଲକ୍ଷ୍ମୀପ୍ରସାଦ ଦାସ, ପାଟଣା ଜୋନ୍‌ର କଲ୍ୟାଣ ପରିଷଦ ସମ୍ପାଦକ ମହେନ୍ଦ୍ର କୁମାର, ବ୍ରହ୍ମପୁର ମଣ୍ଡଳ ତ୍ରିଲୋଚନ କିଷାନ, କଟକ ମଣ୍ଡଳର ତପନ ହେମ୍ବ୍ରମ୍‌, ଖଦାଳ ସେଠୀ, କାର୍ତ୍ତିକ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୩ଶହ ପ୍ରତିନିଧି ଯୋଗ ଦେଇଥିଲେ। ଡ. ଭୀମରାଓ ଆମ୍ବେଦକରଙ୍କ ୧୨୭ ତମ ଜୟନ୍ତୀ ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇଥିଲା। ପରିଷଦର କ୍ଷେତ୍ରୀୟ ସଭାପତି ପ୍ରିୟଦର୍ଶୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର