ସରିଲା ଗୁରୁ ଶିଷ୍ୟ ସମ୍ମାନ ସମାରୋହ

ଭୁବନେଶ୍ବର: ଦେବଧାରା ଓ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଦୁଇଦିବସୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଗୁରୁ ଶିଷ୍ୟ ସମ୍ମାନ ସମ‌ାରୋହ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧୁଭୂଷଣ ମହାନ୍ତି, ଅରବିନ୍ଦ ବେହେରା ଓ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ଦଳ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଶିଳ୍ପୀମାନଙ୍କ ଦ୍ୱାରା ମଙ୍ଗଳାଚରଣରେ ଲକ୍ଷ୍ମୀନରସିଂହାଧ୍ୟାୟ ପରିବେଷିତ ହୋଇଥିଲା। ଏହାପରେ ଅଙ୍କିତା କୁମାରୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟରେ କଲ୍ୟାଣ ପଲ୍ଲବୀ ପରିବେଷିତ ହୋଇଥିଲା। ପରେ ଗୁରୁ ଗଜେନ୍ଦ୍ର ପଣ୍ଡା ପରିବେଷଣ କରିଥିଲେ ଓଡ଼ିଶୀ ନବରସ। ପଦ୍ମଭୂଷଣ ଗୁରୁ ସରୋଜ ବୈଦ୍ୟନାଥନ୍, ଗୁରୁ ରାମ ବୈଦ୍ୟନାଥନ୍ ଓ ବିଦୂଷୀ ଦକ୍ଷିଣା ବୈଦ୍ୟନାଥନ୍ ବାଘେଲ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମକୁ ଉତ୍ସବର ନିର୍ଦ୍ଦେଶକ ଗୁରୁ ବିନାୟକ ପଣ୍ଡା ଓ ସହନିର୍ଦ୍ଦେଶିକା ଅଙ୍କିତା କୁମାରୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର