ଛାତ୍ରୀଙ୍କୁ ମାଡ଼, ଶିକ୍ଷକ ଥାନାରେ ଅଟକ

ଚନ୍ଦ୍ରଶେଖରପୁର : ପାଠ ନକରିବାରୁ ଜଣେ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷକ ହରଡ଼ଘଣାରେ ପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ଅନୁଯାୟୀ ପଟିଆ କାନନବିହାର ଅଞ୍ଚଳରେ ଥିବା ଏକ ସ୍କୁଲ୍‌ର ଗଣିତ ଶିକ୍ଷକ ନବମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଚାପୁଡ଼ା ଓ ବିଧା ମାରିଥିଲେ। ସେମାନେ ହୋମ୍‌ ୱାର୍କ କରି ନଥିବାରୁ ଶିକ୍ଷକ ଜଣଙ୍କ ଏପରି କରିଥିବା ପ୍ରକାଶ କରିଛନ୍ତି। ଫଳରେ ଛାତ୍ରୀମାନେ ଘରକୁ ଯାଇ ଅଭିଭାବକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏ ନେଇ ଅଭିଭାବକ ପ୍ରଥମେ ସ୍କୁଲ୍ ଓ ପରେ ଥାନାକୁ ଯାଇ ଅଭିଯୋଗ ‌କରିଥିଲେ। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଘଟଣା ବିଷୟରେ ପଚରାଉଚରା କରୁଛି। ଏନେଇ କୌଣସି ମାମଲା ରଜୁ ହୋଇ ନଥିବା ପୁଲିସ୍ କହିଛି।

ସମ୍ବନ୍ଧିତ ଖବର