ଧଉଳି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଲିଙ୍ଗିପୁର ବାଇପାସ୍ ନିକଟରେ ଗତ ରବିବାର ରାତିରେ ବାହାଘର ଭୋଜିଖାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତ ଶିକ୍ଷକଙ୍କ ନାମ ଉମାକାନ୍ତ ମହାନ୍ତି (୪୦)। ଘର ବାଲିଅନ୍ତା ଥାନା ପୂରଣପଧାନ ପଞ୍ଚାୟତ ବିଶୁନିଆପଡ଼ା ଗ୍ରାମରେ ହୋଇଥିବା ବେଳେ ସେ ବାଲିପାଟଣା ଥାନା ଅଧୀନ ବାରିଜଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଭାରସାମ୍ୟ ହରାଇ ଗାଡ଼ିରୁ ଛିଟିକିପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ଧଉଳି ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ଅପରାହ୍ଣରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁଯାୟୀ ଉମାକାନ୍ତ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରୁ ରବିବାର ରାତିରେ ଭୋଜିଖାଇ ଫେରୁଥିଲେ। ହେଲେ ଲିଙ୍ଗିପୁର ରାସ୍ତାରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସକାଳେ କ୍ୟାପିଟାଲ ହସ୍ପିଟାଲରେ ଶତାଧିକ ସହକର୍ମୀ ଶିକ୍ଷକ/ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ବହୁ ଅଭିଭାବକଙ୍କ ସମେତ ଶିକ୍ଷା ବିଭାଗର କର୍ମକର୍ତ୍ତା ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।
ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/02/acc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)