ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ଲାଗୁ କରାଯାଇସାରିଲାଣି। ମାତ୍ର ଏପର୍ଯ୍ୟନ୍ତ ବେସରକାରୀ ସାହାଯ୍ୟପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିସନ ସୁବିଧା ପ୍ରଦାନ କରାଯାଇନାହିଁ। ଗତ ସେପ୍ଟେମ୍ବର ମାସ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି କ୍ରମେ ଅର୍ଥ ବିଭାଗ ସାହାଯ୍ୟପ୍ରାପ୍ତ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ବେତନ ଦେବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ। ଉଚ୍ଚଶିକ୍ଷା ବିଭାଗ ଏହାର କାର୍ଯ୍ୟକାରୀତା ପାଇଁ ଅର୍ଥ ବିଭାଗର ସ୍ୱୀକୃତି ନିମନ୍ତେ ପଠାଇଥିଲା। ମାତ୍ର ଅର୍ଥ ବିଭାଗର ଅବହେଳା କାରଣରୁ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଫଳରେ ଅଧ୍ୟାପକ ଓ କର୍ମଚାରୀ ମହଲରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁନଶ୍ଚ ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନେ ନୂତନ ବେତନ ହାରରେ ପେନସନ୍ ପାଉଥିବା ବେଳେ ବେସରକାରୀ କଲେଜ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ପେନସନ୍ ପାଉଥିବା ଅଧ୍ୟାପକ ମାନଙ୍କୁ ନୂତନ ପେନସନ୍ ମିଳୁଥିବା ବେଳେ ଟ୍ରେଜେରି ମାଧ୍ୟମରେ ପେନସନ୍ ପାଉଥିବା ଅଧ୍ୟାପକମାନେ ଏଥିରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅର୍ଥ ବିଭାଗର ବିଳମ୍ବ ସମ୍ପର୍କରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠା ନହେବାରୁ ଅଧ୍ୟାପକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ତଥା ଅବସରପ୍ରାପ୍ତ ସମସ୍ତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନର ସମସ୍ତ ସୁବିଧା ଯଥାଶୀଘ୍ର ଲାଗୁ କରିବାକୁ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଧ୍ୟାପକ ସଂଘ
ସପ୍ତମ ବେତନ କମିସନ ଲାଗୁ ଦାବି
/sambad/media/post_attachments/wp-content/uploads/2017/11/college-lecturers-strike-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)