ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ବିଡିଏ କଲୋନିସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଆଶୁତୋଷ ରଥ, ମଦନମୋହନ ଧଳ, ଅକ୍ଷୟ କୁମା‌ର ତ୍ରିପାଠୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଏହି ଅବସରରେ ଗୁରୁ ଦିବସର ମାହାତ୍ମ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଶେଷରେ ନାଲ୍‌କୋ ଫାଉଣ୍ଡେସନ୍‌ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସ୍ବାସ୍ଥ୍ୟପ୍ରଦ ସାମଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଶେଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟନାଟିକା ‘ଏକଲବ୍ୟର ଗୁରୁ ଦକ୍ଷିଣା’ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର