ଶିକ୍ଷକଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶିକ୍ଷକଙ୍କ ହାତରେ ଦେଶର ଭବିଷ୍ୟତ। ଛାତ୍ରଛାତ୍ରୀଙ୍କୁ ସେମାନେ ଯେଉଁଭଳି ଭାବେ ଗଢ଼ିବେ ଦେଶ ସେଭଳି ଆଗେଇବ। ସେଥିପାଇଁ ବର୍ତମାନ ସମୟର ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷିତ ଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଅନୁଷ୍ଠିତ ଶିକ୍ଷକଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।

‘ଟିଚିଙ୍ଗ୍‌ ସଫ୍ଟ ସ୍କୁଲ-ଆପ୍ରୋଚେସ୍‌ ଓ ମେଥଡ୍‌ସ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟର ସମ୍ପାଦକ ଇଂ. ବଙ୍କିମ ମହାନ୍ତି ଉଦ୍‌ଘାଟନ କରିଥିଲେ। ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟର ଅଧ୍ୟକ୍ଷା ପ୍ରଫେସର ଶର୍ମିଲା ସୁବ୍ରମନିୟନ, ପ୍ରଫେସର ଆର୍‌କେଏସ୍‌ ମଙ୍ଗେସ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଫେସର ଜିନାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ସୁଶ୍ରୀ ସଙ୍ଗୀତା ସାହୁ, ଅଭୀପ୍‌ସା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଫେସର ବିଶ୍ୱରଞ୍ଜନ ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର