ଭୁବନନେଶ୍ୱର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପଟ୍ଟନାୟକିଆ ଛକରେ ‘ଟିମ୍‌ ଯାଯାବର’ରେ ‘ରଜ ମଉଜ’ ଆୟୋଜନ କରାଯାଉଛି। ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୪ ତାରିଖ ସକାଳ ୯ଟାରେ ପୁଚି ପ୍ରତିଯୋଗିତା ଆୟୋଜନ କରାଯିବ। ୧୫ ତାରିଖ ସକାଳ ୯ଟାରେ କବାଡ଼ି ଓ ଅପରାହ୍ନ ୩ଟାରେ ପିଠାପଣା ପ୍ରତିଯୋଗିତା ହେବ। ଶେଷ ରଜ ଅର୍ଥାତ ଶନିବାର ସନ୍ଧ୍ୟା ୫ଟା ୩୦ରେ ଟିମ୍‌ ଯାଯାବର ପରିସରରେ ଥିବା ଖୋଲା ମଞ୍ଚରେ ଏକ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣ କରାଯିବ। ଏସବୁ ପ୍ରତିଯୋଗିତା ବାଦ୍‌ ରଜ ଅବସରରେ ପିଠା, ପାନ ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖାଦ୍ୟ ଉପଲବ୍ଧ ହେବ। ସ୍ଥାନୀୟ ଅଞ୍ଚଳବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଏହା ନିଶ୍ଚିତ ଏକ ନିଆରା ଅନୁଭବ ଦେବ ବୋଲି ଟିମ୍‌ ଆଡ୍‌ମାର୍କ ଇନ୍‌ଫ୍ରାକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ରଜ ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ପ୍ରତିଯୋଗୀମାନେ ୭୯୭୮୬୪୦୯୭୨ ନମ୍ବରରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଉଛି। ସୂଚନାଯୋଗ୍ୟ ଯେ ପର୍ଯ୍ୟଟନ ବିଭାଗ ଓ ଟିମ୍‌ ଇନ୍‌ଫ୍ରାକନ୍‌ ପକ୍ଷରୁ ପିପିପି ମୋଡ୍‌ରେ ଯାଯାବରକୁ ପରିଚାଳନା କରାଯାଉଛି।

ସନ୍ତୋଷିନୀ, ଅମିଷା ହେଲେ ରଜର ରାଜକୁମାରୀ

Advertisment

ଭୁବନେଶ୍ୱର: ଆମ ଟିଭି ଓ ରଙ୍ଗିଲା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଗ୍ରୁପ୍‌ର ମିଳିତ ଆନୁକୂଲ୍ୟରେ ଏକ ବିଶେଷ ପ୍ରତିଯୋଗିତା ‘ରଜର ରାଜକୁମାରୀ’ କାର୍ଯ୍ୟକ୍ରମ ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇନଜୀବୀ ନିହାର ପ୍ରହରାଜ ଯୋଗ ଦେଇଥିଲେ। ବିଚାରକ ଭାବେ ଯୋଗ ଦେଇଥିଲେ ଅଭିନେତ୍ରୀ ନିତୁ ସିଂହ, ରୋଜି, ଅଭିନେତା ସୋମେଶ, ଗୀତିକାର ବସନ୍ତରାଜ ସାମଲ ଓ ସମାଜସେବୀ ସୁଲତା ଦେଓ। ଏହି ପ୍ରତିଯୋଗିତାରେ ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଜୁନିୟର୍‌ ଗ୍ରୁପ୍‌ରେ ଅମିଷା ପାତ୍ର ଓ ସିନିୟର୍‌ ଗ୍ରୁପ୍‌ରେ କେ ଆର୍‌ ସନ୍ତୋଷିନୀ ‘ରଜର ରାଜକୁମାରୀ’ ଟାଇଟଲ୍‌ ଜିତିଥିଲେ। ଜୁନିୟର୍‌ ଗ୍ରୁପ୍‌ରେ ପ୍ରଥମ ରନର୍ସ ଅପ୍‌ ଭାବେ ଅନୁସୃତା ପାଟ୍ଟଯୋଶୀ, ଦ୍ୱିତୀୟ ରନର୍ସ ଅପ୍‌ ଭାବେ ମିନାଲି ନନ୍ଦ, ସିନିୟର୍‌ ଗ୍ରୁପ୍‌ରେ ପ୍ରଥମ ରନର୍ସ ଅପ୍‌ ଭାବେ ସରିତା ଜେନା ଓ ଦ୍ୱିତୀୟ ରନର୍ସ ଅପ୍‌ ଭାବେ ସୁବାସିନୀ ପଣ୍ଡା ମନୋନୀତ ହୋଇଥିଲେ। ‘ଆମ ଟିଭି’ର ନିର୍ଦ୍ଦେଶକ ପ୍ରଣୟ ଜେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଭିନେତ୍ରୀ ଗୁନ୍‌ଗୁନ୍‌, ସମାଜସେବୀ ତପନ କୁମାର ଦାସ ଓ ରାଜେନ୍ଦ୍ର ସିଂହ ଭାଟ୍ଟିଆ ଯୋଗ ଦେଇଥିଲେ। କଳ୍ପନା କରନ୍‌, ଦିଲ୍ଲୀପ ସ୍ୱାଇଁ, ତନ୍ମୟ ଜେଠୀ, ଆୟୁଷ ଜେଠୀ, ଆମ୍‌ନା ଆରେନା ଆରମୟୀ ଓ ଲଗନ୍‌ କୁମାର କରନ୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।