ସଫଳତା ଦେବ ଟିମ୍‌ୱାର୍କ: ମେୟର

ଭୁବନେଶ୍ବର: ମୁଁ ଏକୁଟିଆ ନୁହେଁ, ଟିମ୍‌ ସହ କାମ କରିବି। ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ବିଏମ୍‌ସି ଅଧିକାରୀ, କର୍ମଚାରୀ ତଥା ଭୁବନେଶ୍ବରର ସମସ୍ତ ନାଗରିକଙ୍କ ସହଯୋଗରେ ଏହି ସହରକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଟିମ୍‌ ସ୍ପିରିଟ୍‌ରେ କାମ ହେବ। ପ୍ରତିଟି ଲୋକ ପାଖରେ ଯେଭଳି ପ୍ରତିଟି ଜନକଲ୍ୟାଣକାରୀ ଯୋଜନା ପହଞ୍ଚି ପାରିବ, ସେଥିପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସ୍ତରୀୟ ଭୁବନେଶ୍ବର ନିର୍ମାଣ ପାଇଁ ଟିମ୍‌ ୱାର୍କ ହିଁ ସଫଳତା ଦେବ ବୋଲି କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ।

ଦାୟିତ୍ବରୁ ଓହରିଲେ ବିଏମ୍‌ସି ପ୍ରଶାସକ

ନିର୍ବାଚିତ ଜନପ୍ରତିନିଧି ବା ମେୟର ନଥିବାରୁ ବିଏମ୍‌ସି ପ୍ରଶାସକ ଭାବରେ ଦାୟିତ୍ବରେ ଥିଲେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ୍‌। ତାଙ୍କୁ ବିଏମ୍‌ସି କାର୍ଯ୍ୟାଳୟରେ ଏକ ଚାମ୍ବର ମିଳିଥିଲା। ଆଜି ମେୟର ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଶାସକ ଦାୟିତ୍ବରୁ ତାଙ୍କୁ ଅବ୍ୟାହତି ମିଳିଛି। ତାଙ୍କ ଚାମ୍ବରରେ ମେୟର ବସିବା ସହ ତାଙ୍କ ନେମ୍‌ପ୍ଲେଟ୍‌ ବି ବିଏମ୍‌ସିରୁ ହଟାଯାଇଛି।

 

ସମ୍ବନ୍ଧିତ ଖବର