ଟେକ୍ନୋଆର୍ଟର ନୂଆ ‌ୱେବ୍‌ସିରିଜ୍‌ ‘ୱେଲ୍‌କମ୍‌ ଟୁ ଦ ଫ୍ୟାମିଲି’

ଭୁବନେଶ୍ବର: ଅମିୟ ପଟ୍ଟନାୟକ ପ୍ରଡକ୍ସନର ଡିଜିଟାଲ୍‌ ୱିଙ୍ଗ୍‌ ‘ଟେକ୍ନୋଆର୍ଟ ପ୍ରଡକ୍ସନ୍‌ଜ’ର ନୂଆ ୱେବ୍‌ସିରିଜ୍‌ ‘ୱେଲ୍‌କମ୍‌ ଟୁ ଦ ଫ୍ୟାମିଲି’ ଗତ ଶୁକ୍ରବାର ମୁକ୍ତିଲାଭ କରିଛି। ସହରୀ ପରିବେଶ ମଧ୍ୟରେ ପରିବାରରେ ଆଜିକାଲିକା ପିଲା ଓ ବାପା ମା’ଙ୍କ ମଧ୍ୟରେ ଚଳଣିର କଥାବସ୍ତୁକୁ ନିଆରା ଢଙ୍ଗରେ ଏହି ୱେବ୍‌ସିରିଜ୍‌ରେ ଉପସ୍ଥାପିତ କରାଯାଇଛି। ହରର୍‌ ୱେବ୍‌ସିରିଜ୍‌ ପାନିକ୍‌ ସର୍ଟ‌୍ସ, କମେଡି ସିରିଜ୍‌ ସାହେବ ବିବି ଔର ସାଲା ଏବଂ ‌ଟିକେ ସତ ଟିକେ ମିଛ ଭଳି ୱେବ୍‌ସିରିଜ୍‌ର ସଫଳତା ପରେ ପରିବାରର କଥାବସ୍ତୁକୁ ନେଇ ୪ଟି ଏପିସୋଡ୍‌ ପ୍ରସ୍ତୁତ କରାଯାଇଛି। ୟୁ-ଟ୍ୟୁବ୍‌ରେ ଟେକ୍ନୋଆର୍ଟ ପ୍ରଡକ୍ସନ୍‌ଜ ସର୍ଚ କଲେ ଏହି ୱେବ୍‌ସିରିଜ୍‌ ଦେଖି ହେବ। ୱେଲ୍‌କମ୍‌ ଟୁ ଦି ଫ୍ୟାମିଲିରେ ଦେବିକା ଅରୁନ୍ଧତୀ, ଦେବାଶିଷ ସାହୁ ଓ ସୁଶୀଲ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅମିୟ ପଟ୍ଟନାୟକଙ୍କ ପୁତ୍ର ଅନୁପମ ପଟ୍ଟନାୟକ ଏହାର ପ୍ରଯୋଜନା ଓ ନିର୍ଦେଶନା ଦେଇଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଇଛନ୍ତି ବର୍ଷା ପଟ୍ଟନାୟକ। ରୋଷନ ବିଷୋୟୀ କାହାଣୀ ରଚନା, ଅନୁରାଗ ପଟ୍ଟନାୟକ ସଂଗୀତ ନିର୍ଦେଶନା ଏବଂ ଦେବେନ ମିଶ୍ର ସମ୍ପାଦନା କରିଛନ୍ତି। ଆସନ୍ତା ୩ଟି ଶୁକ୍ରବାର ଆଉ ୩ଟି ଏପିସୋଡ୍‌ ଦେଖିବାକୁ ମିଳିବ। ଏହା ବ୍ୟତୀତ ଅନ୍ୟ ୱେବ୍‌ସିରିଜ୍‌ ମଧ୍ୟ ଯେ କୌଣସି ସମୟରେ ୟୁଟ୍ୟୁବ୍‌ ଜରିଆରେ ଦେଖିହେବ।

ସମ୍ବନ୍ଧିତ ଖବର