ଖଣ୍ଡଗିରି: ୭ମ ଶ୍ରେଣୀ ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ନିକଟରେ ହାଜର କରାଇଛି। ଦୁଇ ମାସ କାଳ ରାଜ୍ୟ ବାହାରେ ଲୁଚାଇ ରଖି ଘରକୁ ଫେରିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାଟି ଖଣ୍ଡଗିରି ଓ ଡୁମୁଡୁମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

publive-image Gisele Haralson

ସୂଚନାନୁସାରେ ନାବାଳିକାଜଣକ ସପ୍ତମ ଶ୍ରେଣୀର ଛାତ୍ରୀ ଓ ନାବାଳକ ମଧ୍ୟ ଗତ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛି। ୨ ମାସ ତଳେ ସନ୍ଧ୍ୟାରେ ଟିଉସନ୍‌ ଯାଇ ନାବାଳିକାଟି ଘରକୁ ନ ଫେରିବାରୁ ପରିବାର ଲୋକେ ଖଣ୍ଡଗିରି ଥାନା‌ରେ ଅଭିଯୋଗ କରିଥିଲେ। ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ନାବାଳକଜଣକ ହିଁ ପ୍ରେମରେ ଫସାଇ ନାବାଳିକାକୁ କେଉଁଆଡ଼େ ନେଇ ପଳାଇଛି। ତେଣୁ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ପୁଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନଥିଲା। ପାଖରୁ ପଇସା ସରିଯିବାରୁ ଓ ନାବାଳକ ପରିବାର ପକ୍ଷରୁ ସେମାନଙ୍କୁ ସମର୍ଥନ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଗତ ଶନିବାର ରାତିରେ ଘରକୁ ଫେରି ଆସିଥିଲେ। ଏନେଇ ପୁଅର ପରିବାର ଲୋକେ ପୁଲିସକୁ ଜଣାଇବା ସହ ସେମାନଙ୍କୁ ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କ ଡାକ୍ତରୀ ମାଇନା କରାଇବା ସହ ନାବାଳକର ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ଆଜି ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡ ନିକଟରେ ହାଜର କରାଇଛି।