ଭୁବନେଶ୍ୱର : ଗତ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ରବିବାର ସୁଦ୍ଧା ଟିକାକରଣ ୪୫ହଜାର ଡୋଜ୍ ଅତିକ୍ରମ କରିଛି। ଅର୍ଥାତ୍ ୨୦ ଦିନରେ ୪୫ହଜାର ୮୮୨ ଜଣଙ୍କୁ ଟିକାକରଣ କରାଯାଇଛି। ପ୍ରଥମ ଦିନରେ ବିଏମ୍ସି ୪ ହଜାର ୧୦୭ ଜଣଙ୍କୁ ଟିକାଦାନ କରିଥିଲା। ସେହି ହିସାବରେ ପ୍ରତ୍ୟେକ ଦିନ ପ୍ରାୟ ୪ହଜାର ଲେଖାଏଁ ଡୋଜ୍ ଦେବା ପାଇଁ ସ୍ଥିର କରିଥିଲା। ଧାର୍ଯ୍ୟ ଲକ୍ଷ୍ୟ ଆଧାରରେ ଆଜି ସୁଦ୍ଧା ୮୦ ହଜାର ଡୋଜ୍ ଟିକାକରଣ ହେବା କଥା। କିନ୍ତୁ ତୁଳନାତ୍ମକ ଭାବରେ ସଂଖ୍ୟା ବହୁତ୍ କମ୍ ରହିଛି। ପ୍ରଥମେ ୩୯ଟି ଟିକାଦାନ କେନ୍ଦ୍ରରେ ଏହି କିଶୋରମାନଙ୍କୁ ଟିକା ଦାନ ଆରମ୍ଭ ହୋଇଥିଲା। ପରେ ଆହୁରି ୧୫ଟି ଅଧିକ ଟିକା ଦାନ କେନ୍ଦ୍ର କରିଥିଲା। ହେଲେ କେନ୍ଦ୍ରରେ ସଂଖ୍ୟା କମ୍ ରହିବାରୁ ବିଏମ୍ସି ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଟିକାଦାନ ଆରମ୍ଭ କରିଥିଲା। କିନ୍ତୁ ସ୍କୁଲ କଲେଜ୍ ବନ୍ଦ ହୋଇଯିବାରୁ ସମସ୍ୟା ଉପୁଜିଥିଲା। ଫଳରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରିନଥିଲା ବୋଲି କୁହାଯାଉଛି।
ଭୁବନେଶ୍ୱରରେ ୪୫ ହଜାର ଟପିଲା କିଶୋରଙ୍କୁ ଟିକାକରଣ
/sambad/media/post_attachments/wp-content/uploads/2021/11/Covid-vaccine.jpg)