ଭୁବନେଶ୍ବର: ଭୁବନେଶ୍ବରରୁ ଗିରଫ ହୋଇଥିବା ଜାମତରା ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଲା ତେଲେଙ୍ଗାନା ପୁଲିସ। ଆଜି ପୂର୍ବାହ୍ନରେ ତେଲେଙ୍ଗାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଝାରପଡ଼ା ଜେଲରେ ପହଞ୍ଚି କାଗଜପତ୍ର ଦେଖାଇ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛନ୍ତି। ତେଲେଙ୍ଗାନାରେ ପ୍ରାୟ ୪୦ରୁ ଅଧିକ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
ଏହି ସବୁ ମାମଲାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ମାରାଥନ୍ ଜେରା ପରେ ମାମଲା ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଏହି ଗ୍ୟାଙ୍ଗ ସହ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ସାଇବର ଥାନା ଗତ ଜାନୁଆରି ୨୯ରେ ପଳାଶୁଣୀ ପ୍ରାଚୀବିହାର ଅଞ୍ଚଳରୁ ଝାଡ଼ଖଣ୍ଡ ଜାମତରା ଗ୍ୟାଙ୍ଗର ପ୍ରଧୁମ ମଣ୍ଡଳ, ଚେତଲାଲ ମଣ୍ଡଳ ଓ କ୍ରିଷ୍ଣକୁମାର ମଣ୍ଡଳଙ୍କୁ ଗିରଫ କରିଥିଲା।
ଭୁବନେଶ୍ବରରେ ଲୁଚି ରହି ସେମାନେ ସାଇବର ଅପରାଧ ଘଟାଉଥିଲେ। ସେମାନଙ୍କଠାରୁ ଲାପଟପ୍, ମୋବାଇଲ ଫୋନ୍, ସିମ୍କାର୍ଡ ଆଦି ଜବତ କରାଯାଇଥିଲା। ୧୪ଟି ରାଜ୍ୟରେ ଏମାନଙ୍କ ଠକେଇ ନେଟଵର୍କ ଥିଲା। ପୂର୍ବରୁ କୋଲକାତା ଓ ବେଙ୍ଗାଲୁରୁ ପୁଲିସ ୩ ଠକଙ୍କୁ ରିମାଣ୍ଡରେ ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/38-3.jpg)