ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣା: ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା

ଭୁବନେଶ୍ବର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କର ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଆଜି ହସ୍ପିଟାଲ୍ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ରିପୋର୍ଟ ବିସ୍ତୃତ ଭାବେ ନୂଆପଲ୍ଲୀ ଥାନାକୁ ପଠାଇବେ। ରିପୋର୍ଟରୁ ଜଣାପଡ଼ିଛି ଯେ ହ୍ୟାଙ୍ଗିଙ୍ଗ ସୁଇସାଇଡାଲ୍ ଡେଥ୍ ଅର୍ଥାତ୍ ଝୁଲିପଡ଼ିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ରଶ୍ମିଙ୍କର ଜୀବନ ଯାଇଛି। ତାଙ୍କ ଶରୀର ବାହାର ପଟେ କୌଣସି କ୍ଷତଚିହ୍ନ ମଧ୍ୟ ନାହିଁ। ଏହା ବାଦ୍ ଖାଇବାରେ ବିଷ ମିଶାଇବା ଯୋଗୁଁ କାଳେ ମୃତ୍ୟୁ ଘଟିଥିବା ସେଥିପାଇଁ ଭିସେରା ରିପୋର୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି। ରଶ୍ମିଙ୍କର ଆଭ୍ୟନ୍ତରୀଣ ଅଙ୍ଗରୁ ଏହି ନମୁନା ସଂଗ୍ରହ କରାଯାଇ ଲାବେରୋଟୋରିକୁ ପଠାଯାଇଛି।

ଅପରପଟେ ରଶ୍ମିଙ୍କର ୨ଜଣ ପୁରୁଷ ବନ୍ଧୁ ରାଜା ଓ ସନ୍ତୋଷଙ୍କୁ ତଦନ୍ତ ଘେରକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷ ମୋବାଇଲ ନମ୍ବର ଯୋଗାଯୋଗ କରାଯାଇପାରୁନଥିବାରୁ ତା’ ଘର ସମ୍ବଲପୁରକୁ ନୋଟିସ୍ ପଠାଯିବାର ବ୍ୟବସ୍ଥା କରାଯାଉଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର