ଭୁବନେଶ୍ୱର : କରୋନା ସଂକଟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବା ଲାଗି ଟେଲିମେଡିସିନ୍ ସେବା ଆରମ୍ଭ ହୋଇଛି। ଗତମାସ ୨୧ତାରିଖରେ ରାଜ୍ୟବ୍ୟାପୀ ଏହାକୁ ଆରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମେଡିକାଲ କଲେଜରେ ଏହା କାର୍ଯ୍ୟକାରୀ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହି ସମୟରେ ୨୨୫ଟି କଲ୍ ଆସିଛି। ଏଥିରୁ ସର୍ବାଧିକ ୧୬୦ଟି କଲ୍ ମେଡିସିନ୍ ବିଭାଗକୁ ଆସିଥିବା ଜଣାପଡ଼ିଛି। ଟେଲିମେଡିସନ୍ ସେବା ପାଇଁ ସରକାରଙ୍କ ପକ୍ଷରୁ ୨ଟି ମୋବାଇଲ ହ୍ୟାଣ୍ଡସେଟ୍ ଯୋଗାଇ ଦିଆଯାଇଛି। ଦୁଇ ଜଣ ଫାର୍ମାସିଷ୍ଟ ଓପିଡି ସମୟରେ ହିଁ ଆସୁଥିବା କଲ୍କୁ ରିସିଭ୍ କରିବା ସହିତ ସଂପୃକ୍ତ ବିଭାଗର ଡାକ୍ତରଙ୍କୁ ସୂଚନା ଦେଉଛନ୍ତି। ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି। ଅପରପକ୍ଷରେ ତାଲାବନ୍ଦ ସମୟରେ ରୋଗୀସେବା ପାଇଁ ହସ୍ପିଟାଲ ପକ୍ଷରୁ ନମ୍ବର ଜାରି କରାଯାଇଥିଲା। ମାର୍ଚ-ଜୁଲାଇ ମାସ ଭିତରେ ପ୍ରାୟ ୪ହଜାର କଲ୍ ହସ୍ପିଟାଲକୁ ଆସିଛି। ତାଲାବନ୍ଦ ସମୟରେ ଲୋକମାନେ ଘରୁ ହିଁ ଫୋନ୍ ଜରିଆରେ ଚିକିତ୍ସା ପାଇଁ ଆଗ୍ରହ ଦେଖାଇଥିବା ସୂଚନା ମିଳିଛି।
କ୍ୟାପିଟାଲ ହସ୍ପିଟାଲରେ ଟେଲିମେଡିସିନ୍ ସେବା: ମାସକରେ ଆସିଛି ୨୨୫ କଲ୍, ମେଡିସିନ୍ ବିଭାଗକୁ ସର୍ବାଧିକ
/sambad/media/post_attachments/wp-content/uploads/2020/08/capital-hospital.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)