ପୁରୁଣା ଭୁବନେଶ୍ୱର: ତେଲେଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ କଡ଼ିଆମ୍‌ ଶ୍ରୀହରି ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଶ୍ରୀ ଶ୍ରୀହରି ମନ୍ଦିରରେ ପ୍ରବେଶ କରି ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ଭୁବନେଶ୍ୱରୀଙ୍କ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ। ତାଙ୍କ ସହ ମନ୍ଦିର ସୁପରଭାଇଜର୍‌ ରାଜକିଶୋର ମହାପାତ୍ର ଓ ବହୁ ସେବାୟତ ଉପସ୍ଥିତ ଥିଲେ।