ଭଙ୍ଗା ହେଲା ସନ୍ତୋଷୀ ମା’ ମନ୍ଦିର

ଭୁବନେଶ୍ୱର : ସ୍ମାର୍ଟ ଜନପଥ କାର୍ଯ୍ୟରେ ବାଧକ ସାଜୁଥିବା ଅଶୋଗନଗରସ୍ଥିତ ସନ୍ତୋଷୀ ମା’ ମନ୍ଦିରକୁ ଆଜି ବିଡିଏ ଓ ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହି ମନ୍ଦିର ଭାଙ୍ଗିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୂର୍ବରୁ ମନ୍ଦିର ଟ୍ରଷ୍ଟକୁ ସୂଚନା ଦିଆଯାଇଥିବାରୁ ଉଚ୍ଛେଦ ସମୟରେ କୌଣସି ପ୍ରକାରର ବିରୋଧ ହୋଇ ନଥିଲା। ଉଚ୍ଛେଦକାରୀ ଟିମ୍‌ର ବୁଲଡୋଜର୍‌ ଭାଙ୍ଗିବା ପାଇଁ ପହଞ୍ଚିବା ପରେ ମନ୍ଦିର କର୍ତ୍ତୃପକ୍ଷ ବିଗ୍ରହମାନଙ୍କୁ ସ୍ଥାନାନ୍ତର କରିଦେଇଥିଲେ। ଏହାପରେ ମନ୍ଦିର ଏବଂ ଏହାର ରୋଷଶାଳାକୁ ଭଙ୍ଗା ଯାଇଥିଲା। ସେହିପରି ଫାୟାର ଷ୍ଟେସନ୍‌ ଛକ ଏବଂ ସମ୍‌ ହସ୍ପିଟାଲ ଛକ ନିକଟରେ ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ପାଇଁ ଆଜି ଦୁଇଟି କ୍ୟାବିନ୍‌, ଦୁଇଟି ପଲିଥିନ୍‌ ଘର ଭଙ୍ଗାଯାଇଛି।

ସମ୍ବନ୍ଧିତ ଖବର