ଆଖଣ୍ଡଳମଣି ମନ୍ଦିରରେ ରାମଚରିତ ମାନସ

ଭୁବନେଶ୍ବର: ବରମୁଣ୍ଡା ହାଉସିଂ ବୋର୍ଡ କଲୋନିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରରେ ରାମଚରିତ ମାନସ ନବାହ୍ନ ପାରାୟଣ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ପୂର୍ଣ୍ଣକୁମ୍ଭ କଳସ ଯାତ୍ରା ହୋଇଥିବା ବେଳେ ଆଜି ଗୋପୂଜା ଯଜ୍ଞାଦି ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି।

ଶିବ ତାଣ୍ଡବରୁ ଆରମ୍ଭ ହେଲା ରାମେଶ୍ବର ମହୋତ୍ସବ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ଉପଲକ୍ଷେ ୫ଦିନିଆ ରାମେଶ୍ୱର ମହୋତ୍ସବ ଆରମ୍ଭ ହୋଇଛି। ସୁକନ୍ୟା ଭାରତୀୟ ସାସ୍କୃତିକ ଟ୍ରଷ୍ଟ ପକ୍ଷରୁ ପ୍ରେମାଞ୍ଜଳି ମିଶ୍ରଙ୍କ ପରିଚାଳନା ଓ ନିର୍ଦେଶନାରେ ଓଡ଼ିଶୀରେ ଶିବ ତାଣ୍ଡବ ପରିବେଷିତ ହୋଇଥିଲା। ଶିବ ଭଜନରେ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ସମ୍ବଲପୁରୀ ଓ କ୍ରିଏଟିଭ୍ ନୃତ୍ୟ ମଧ୍ୟ ଦର୍ଶକ ଉପଭୋଗ କରିଥିଲେ। ସାଧନା ନୃତ୍ୟାନୁଷ୍ଠାନ ପକ୍ଷରୁ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଭେଟି ଦେଇଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଅକ୍ଷୟ ଦୀକ୍ଷିତ, ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ରମେଶ ବାରିକ, ଗଦାଧର ଦାସ, ସଞ୍ଜୟ ମହାପାତ୍ର ଓ ଧୀରଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଇତିଶ୍ରୀ ଦୀକ୍ଷିତ।

ସମ୍ବନ୍ଧିତ ଖବର