ଭୁବନେଶ୍ବର: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଛି। ଫଳରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ସେମାନେ ଧାରଣାରେ ବସିଛନ୍ତି। ଅନ୍ୟ ଗୋଷ୍ଠୀ କ୍ୟାମ୍ପସ ଭିତରେ ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୁଲିସ ମୁତୟନ ହୋଇଛନ୍ତି।

Advertisment

ତେଣେ ଘଟଣାକୁ ନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାନ୍ତି। ତେଣୁ ଫାଟକ ବନ୍ଦ ରହିଛି। ସେପଟେ ଛାତ୍ରଛାତ୍ରୀ କହିଛନ୍ତି, ସବୁଦିନ ରାତି ୧୦ ଟା ପର୍ଯ୍ୟନ୍ତ କଲେଜ ଗେଟ୍ ଖୋଲା ରହୁଛି। ପିଲାଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି। କିନ୍ତୁ ଭାରତ ମାତାଙ୍କ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି। ଆଜି ସ୍ୱାଧୀନତା ଦିବସରେ କଲେଜର ସ୍ୱାଭିମାନକୁ ଦୃଷ୍ଟିରେ ରଖି ଛାତ୍ର ଧାରଣାରୁ ଉଠିଛନ୍ତି।