କର୍ମଚାରୀଙ୍କୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଦାବିରେ ପେଟ୍ରୋଲ ଟାଙ୍କିରେ ଉତ୍ତେଜନା

ଧଉଳି  : ଧଉଳି ଥାନା ଅନ୍ତର୍ଗତ ନୂଆଗାଁସ୍ଥିତ ଶ୍ରୀ ଲିଙ୍ଗରାଜ ପେଟ୍ରୋଲ ଟାଙ୍କିରେ ଦୀର୍ଘବର୍ଷ ଧରି ୩ ସିପ୍ଟରେ କାର୍ଯ୍ୟରତ ଥିବା ୨୨ ଜଣ କର୍ମଚାରୀଙ୍କୁ ସରକାରୀ ନିୟମାନୁଯାୟୀ ସେମାନଙ୍କ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପ୍ରତିବାଦରେ ଆଜି ଅପରାହ୍ନରେ ଉକ୍ତ ଫିଲିଂ ଷ୍ଟେସନରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଏସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଓ ଥାନା ଏଏସ୍‌ ଆଇ ପ୍ରଦୀପ ମହାଲ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଗଣ୍ଡଗୋଳ ଥମିନଥିଲା । ପରେ ପୁଲିସ ଉଭୟ ପେଟ୍ରୋଲ ଟାଙ୍କିର ମାଲିକ ଓ ଅସନ୍ତୁଷ୍ଟ ସଂଘର କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ଥାନାକୁ ଡକାଇ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

ଏହି ପେଟ୍ରୋଲ ଟାଙ୍କିର ସମସ୍ତ କର୍ମଚାରୀ ସରକାରୀ ନିୟମାନୁଯାୟୀ ଅପେକ୍ଷାକୃତ ଢ଼େର୍‌ କମ୍‌ ମାସିକ ପ୍ରାପ୍ୟ ପାଉଛନ୍ତି । ଏପରିକି କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ନାମରେ ଆସୁଥିବା ଦରମା ବାବଦ ଅର୍ଥରାଶି ଅଳ୍ପ ଦେଇ ଅବଶିଷ୍ଟ ଟଙ୍କା ପେଟ୍ରୋଲ ଟାଙ୍କି ମାଲିକ ହଡ଼ପ କରୁଥିବା ନେଇ ମଧ୍ୟ ସଂଗଠନର କାର୍ଯ୍ୟକାରୀ ସଭାପତି ଶଙ୍କର ମାଝୀ ଓ ସଂପାଦକ ପବିତ୍ର ଛାଟୋଇଙ୍କ ସମେତ ଉପସ୍ଥିତ କର୍ମକର୍ତ୍ତା ଓ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏସଂପର୍କରେ ଅଭିଯୋଗ ପାଇ ଆଜି ସଂଗଠନର କର୍ମକର୍ତାମାନେ ଅପରାହ୍ନରେ ପେଟ୍ରୋଲ ଟାଙ୍କିରେ ପହଞ୍ଚି ଥିଲେ । ଏନେଇ ଟାଙ୍କିମାଲିକଙ୍କ ସମର୍ଥିତ ଗୋଷ୍ଠୀ ଓ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏପରିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା।

ସମ୍ବନ୍ଧିତ ଖବର