ଭୁବନେଶ୍ବର : ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ଅନେକ ଜାଗାରେ ଲୋକମାନେ ପ୍ରବଳ ବିରୋଧ କରୁଛନ୍ତି। ଆଜି ଏଭଳି ଏକ ଘଟଣା ସାଲିଆସାହିରେ ଘଟିଛି। ସୁରତରୁ ଆସିଥିବା କେତେଜଣଙ୍କୁ ଅନ୍ୟମାନେ ବିରୋଧ କରିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସେମାନଙ୍କୁ ବିରୋଧ କରି ୫୦ରୁ ଊର୍ଦ୍ଧ୍ବ ଲୋକ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପ୍ରଥମେ ଲୋକ ୧୦୦କୁ ଫୋନ୍ କରିଥିଲେ। ପୁଲିସ କାର୍ଯ୍ୟନୁଷ୍ଠାନ ନ ନେବାରୁ ବସ୍ତିବାସିନ୍ଦା ଅପରାହ୍‌ଣରେ ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ତେବେ ଏହି ସୁରତ ଫେରନ୍ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।