ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲକୁ ନେଇ ଉତ୍ତେଜନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲକୁ ନେଇ ଉତ୍ତେଜନା ଦେଖାଯାଇଛି। ବରମୁଣ୍ଡା ଏଚ୍‌ପି ପେଟ୍ରୋଲ ପମ୍ପରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ତେଲରେ ପାଣି କିମ୍ବା ଜେଲ୍ ଭଳି କିଛି ପଦାର୍ଥ ମିଶିଥିବା ଅଭିଯୋଗ କରିଛନ୍ତି ଗ୍ରାହକ। ଅଧିକାଂଶ ଗ୍ରାହକ ଆଜି ଏହି ଟାଙ୍କିରୁ ତେଲ ପକାଇ ହଇରାଣ ହୋଇଛନ୍ତି । କିଛି ସମୟ ପାଇଁ ପେଟ୍ରୋଲ ପମ୍ପରେ ପାଟିତୁଣ୍ଡ କରିଥିଲେ ଲୋକେ । କିଛି ଲୋକେ ଏହି ପାଣି ମିଶ୍ରିତ ତେଲ ବାଇକ ଓ କାର୍ ରେ ପକାଇବା ପରେ ଗାଡ଼ି ଇଞ୍ଜିନ ସିଏ ହୋଇ ଯାଇଛି । ତେଣୁ ତାତି ଥିଲେ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲା ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ । ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଉଠାଇ ନେଇଛି ଭରତପୁର ପୁଲିସ ।

ସମ୍ବନ୍ଧିତ ଖବର