ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କର ଆଜି ଭୋରରୁ ହଠାତ୍ ମୃତ୍ୟୁ ହୋଇଯିବାରୁ ହସ୍ପିଟାଲ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ ରୋଗୀଙ୍କ ନାଁ ଓମ୍ ଶ୍ରୀୟାସ୍ ଓ୍ଵାନି। ସେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ଆଜି ଚିକିତ୍ସା ପାଇଁ ଉକ୍ତ ଘରୋଇ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ। ଡାକ୍ତର ତାଙ୍କ ଚିକିତ୍ସା ପାଇଁ ମୋଟା ଅଙ୍କର ଅର୍ଥ ନେଇଥିଲେ। ଚିକିତ୍ସା ଆରମ୍ଭ କରିବା ପରେ ହଠାତ ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ହସ୍ପିଟାଲ୍ କର୍ତୃପକ୍ଷଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଯାହାନେଇ ହସ୍ପିଟାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷରେ ହସ୍ପିଟାଲ୍ ସୁରକ୍ଷାକର୍ମୀ ରୋଗୀଙ୍କ ପରିବାର ଲୋକଙ୍କୁ ଅସଦ୍ବ୍ୟବହାର କରିବାରୁ ଖବର ପୁଲିସ୍ ନିକଟରେ ପହଞ୍ଚିଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବାପରେ ପରିବାର ଲୋକଙ୍କୁ ହସ୍ପିଟାଲ୍ରୁ ମୃତଦେହ ନେବାକୁ ଦେଇଥିଲା। ଏ ନେଇ ହସ୍ପିଟାଲ୍ କର୍ତୃପକ୍ଷ କହିଛନ୍ତି, ରୋଗୀ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଫଳରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଗଲା।
ରୋଗୀ ମୃତ୍ୟୁ ନେଇ ହସ୍ପିଟାଲ୍ରେ ଉତ୍ତେଜନା
/sambad/media/post_attachments/wp-content/uploads/2018/01/hospital.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)