ରୋଗୀ ମୃତ୍ୟୁ ନେଇ ସହିଦନଗରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ରୋଗୀଙ୍କ ସଂପର୍କୀୟ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗରେ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ହସ୍ପିଟାଲରେ ଉତ୍ତେଜନା ଲାଗି ରହିଛି।

ସୂଚନା ଅନୁସାରେ, ୟୁନିଟ୍‌-୩ ଖାରବେଳ ନଗରର ସଂଜୟ ସାହୁ ନାମକ ଜଣେ ଯୁବକଙ୍କର ଗତ ଏପ୍ରିଲ ମାସରେ ଦୁର୍ଘଟଣା ହୋଇଥିଲା। ତାଙ୍କୁ ସହିଦନଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେ ନିୟମିତ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶି ଖରାପ ହେବାରୁ ଚିକିତ୍ସା ପାଇଁ ଆସିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ସଂପର୍କୀୟ ଓ ସାଙ୍ଗମାନେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ସଂଧ୍ୟାରେ ହସ୍ପିଟାଲ ଭଙ୍ଗାରୁଜା କରିଥିଲେ। କ୍ଷତିପୂରଣ ଦାବି କରି ହସ୍ପିଟାଲରେ ଧାରଣାରେ ବସିଥିଲେ। ସହିଦନଗର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃଦୁ ଲାଠି ଚାଳନା କରିବା ସହ ଘଟଣାକୁ ନିୟନ୍ତ୍ରଣ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ହସ୍ପିଟାଲରେ ପୁଲିସ ମୁତୟନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର