ଛାତ୍ରଙ୍କୁ ଦୁର୍ବ୍ୟବହାର ନେଇ ବାଣୀବିହାର ଛକରେ ଉତ୍ତେଜନା

ଭୁବନେଶ୍ୱର : ଛାତ୍ରଙ୍କୁ ଦୁର୍ବ୍ୟବହାର ନେଇ ବାଣୀବିହାର ଛକାରେ ଉତ୍ତେଜନା ଦେଖାଦେଇଥିଲା ଖବର ପାଇ ସହିଦ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଛାସୁଝା ପରେ ପରିସ୍ଥିତି ଆୟତ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ରାଉଲକେଲାରୁ ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ବସ କଣ୍ଡକ୍ଟର୍‌ଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏନେଇ କଣ୍ଡକ୍ଟର୍‌ ଜଣକ ଉତ୍ତ୍ୟକ୍ତ ହୋଇ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଭୁବନେଶ୍ୱରରେ ପହଞ୍ଚିଲା ପରେ ଘଟଣା ବିଷୟରେ ଛାତ୍ର ଜଣକ ତାଙ୍କ ସାଙ୍ଗମାନଙ୍କୁ ଜଣାଇଥିଲେ। ଆଜି ସଂଧ୍ୟା ସମୟରେ ପ୍ରାୟ ୨୦ ରୁ ୩୦ ଛାତ୍ର ଏକାଠି ହୋଇ ବାଣୀବିହାର ଛକରେ ବସ୍‌ଟିକୁ ଦେଖି ଅଟକାଇଥିଲେ। ଫଳରେ ବାଣୀବିହାର ଛକରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସହିଦ ନଗର ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ଛାତ୍ରମାନଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା।

ସମ୍ବନ୍ଧିତ ଖବର