ଭୁବନେଶ୍ବର: ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାର ଖବର ମିଳିଛି। ବିଏମସି କେଶରୀ ମଲ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି। ହାଇକୋର୍ଟଙ୍କ ନିର୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଉଚ୍ଛେଦ ପାଇଁ କାଲି ଘୋଷଣା କରି ଯାଇଥିଲେ ଆଜି ହଠାତ୍ ଆମ ପଟ ଦୋକାନକୁ ଭାଙ୍ଗିଲେ। ଆଗରୁ କହିଥିଲେ ଆମ କଣ ବ୍ୟବସ୍ଥା କରିଥାନ୍ତି ବୋଲି କହିଛନ୍ତି ଉଠା ଦୋକାନୀ।
ମହିଳା ଉଠା ଦୋକାନୀଙ୍କୁ ଉଚ୍ଛେଦ ସମୟରେ ବିଏମ୍ ସି ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମହିଳା ଉଠା ଦୋକାନୀଙ୍କୁ ଯାଇକି ବାସନ ମାଜ ବୋଲି ବି ଏମ୍ ସି ଅଧିକାରୀ କହିଥିବା ଅଭିଯୋଗ କରିଛନ୍ତି ମହିଳା ଉଠା ଦୋକାନୀ। ଯଦି କମିଶନର କିମ୍ବା ମେୟର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ୨୪ ଘଣ୍ଟା ଭିତରେ ସେମାନଙ୍କ ବାସଭବନ ଘେରାଉ କରିବେ ବୋଲି ଉଠା ଦୋକାନୀ ଚେତାବନୀ ଦେଇଛନ୍ତି ।