ଭୁଲ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ରୋଗୀଙ୍କର ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱରର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଭୁଲ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମେଣ୍ଢାଶାଳ ଗ୍ରାମବାସୀ ।

ଗତକାଲି ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଖାନାରେ ମହିଳାଙ୍କୁ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ଇଂଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ବିବାହର ମାତ୍ର ୧୨ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଅଧିକ ଉତ୍ତେଜନା ଦେଖା ଦେଇଥିଲା।  ମୃତ୍ୟୁର କାରଣ ନେଇ ପଚାରିବାରୁ, ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲର ସିକୁରିଟି ଅଫିସର ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବାକୁ ନୟାପଲ୍ଲୀ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ହସ୍ପିଟାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକ, କିଛି ଦିନ ତଳେ  ବରମୁଣ୍ଡା ଅଂଚଳରେ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର