ଭୁବନେଶ୍ୱର: ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବି ନେଇ ମଙ୍ଗଳବାର ସନ୍ଧ୍ୟାରେ ବିପିୟୁଟି ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା କରିଛନ୍ତି। ଉତ୍ତକ୍ୟ ଛାତତ୍ରଛାତ୍ରୀମାନେ କୁଳପତିଙ୍କ ଘର ଗେଟ୍ ଭାଙ୍ଗି ପ୍ରବଳ ଭଙ୍ଗାରୁଜା କରିଛନ୍ତି। ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।
ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, କେତେକ ପିଲା ବିକ୍ଷୋଭ କରୁଥିଲେ। ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଏପରିସ୍ଥିତି ନିୟନ୍୍ରଣରେ ରହିଛି। ଘଟଣା ଉପରେ ପୁଲିସ ନଜର ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bput.jpg)