ଯୁବକଙ୍କ ଶବ ନେବାକୁ ପରିବାର ଲୋକ ଓ ସ୍ତ୍ରୀ ମଧ୍ୟରେ ଟଣାଓଟରା

ଭୁବନେଶ୍ବର : ସାଲିଆ ସାହି ନୀଳଚକ୍ରନଗର ଅଞ୍ଚଳର ଜଣେ ଯୁବକଙ୍କ ଶବଦାହ କରିବାକୁ ନେଇ ତାଙ୍କ ପରିବାରଲୋକ ଓ ପତ୍ନୀଙ୍କ ମଧ୍ୟରେ ଶନିବାର କ୍ୟାପିଟାଲ ହସ୍ପିଟାଲ୍‌ରେ ବଚସା ହୋଇଛି। ଗୋଟେପଟେ ହସ୍ପିଟାଲ୍‌ରେ ମହିଳାଜଣଙ୍କ ମୃତ ଯୁବକଙ୍କ ପତ୍ନୀ ବୋଲି ଦାବି କରି ତାଙ୍କ ଶବଦାହ କରିବାକୁ ଚାହୁଥିବା ବେଳେ ଅପରପଟେ ପରିବାରଲୋକେ ମହିଳାଙ୍କୁ ଚିହ୍ନି ନଥିବା କହି ଶବ ଦେବାକୁ ମନା କରିଥିଲେ।

ପରେ ପୁଲିସ ହସ୍ତକ୍ଷେପ ପରେ ଜଣାପଡ଼ିଥିଲା, ମୃତକ ରଂଜନ କୁମାର ପାତ୍ର ୪ ମାସ ତଳେ କାହାକୁ ନଜଣାଇ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ମହିଳା ପୂର୍ବରୁ ବିବାହିତା ଓ ତାଙ୍କର ୫ ବର୍ଷର ପୁଅ ଅଛି। ହେଲେ ସ୍ବାମୀ ମରିଯିବା ପରେ ମହିଳା ରଂଜନଙ୍କୁ ବିବାହ କରିଥିଲେ। ଲିଖିତ ଆକାରରେ ଏନେଇ ପୁଲିସକୁ ଦେବା ପରେ ମହିଳା ରଂଜନଙ୍କ ଶବ ଦାହ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର