ଭୁବନେଶ୍ୱର: ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ବିଏମସି କମିସନର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡେଙ୍ଗୁ ମୃତ୍ୟୁ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଦୈନିକ ସର୍ଭିଲାନ୍ସ ଚାଲିଛି। ଗତକାଲି ସୁଦ୍ଧା ବିଏମସି ୪୫୦ ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି । ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଭୁବନେଶ୍ୱରର ନର୍ଥ ଜୋନ୍ ରେ ମୋଟ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୱାର୍ଡ ନମ୍ବର ୧୪, ୧୭, ୭ ଓ ୪୨ରେ ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ରୋଗୀ ମୃତ୍ୟୁ ଖବର ପରେ ବୋଲି ବିଏମସିର ଟିମ୍ ତାଙ୍କ ଘରକୁ ଯାଇଛି।
ମୃତକଙ୍କ ଟେଷ୍ଟିଂ କେଉଁଠି ଓ କେଉଁଥିରେ କରିଥିଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା କି ନାହିଁ। ଏସବୁ ତନାଘନା ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ମରିଥିବା ନାବାଳିକା ଡେଙ୍ଗୁରେ ମରିଛନ୍ତି ନା ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି କମିସନର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dengu-750x430-1.jpg)