ଭୁବନେଶ୍ବର: ହଠାତ୍ ବିଧାନସଭାରେ ଗୁଳିମାଡ଼ ସାଙ୍ଗକୁ ବୋମାମାଡ଼ ଗର୍ଜନ। କେହି କିଛି ବୁଝିପାରି ନଥିଲେ। କିଛି କ୍ଷଣ ମଧ୍ୟରେ ୮ରୁ ୧୦ ଭ୍ୟାନ୍ରୁ ଯବାନ ଓହ୍ଲାଇ ଚାରିଆଡ଼େ ଧାଇଁଥିଲେ। ବିଧାନସଭା ଓ ଆଖପାଖ ଅଞ୍ଚଳର ଚାରିପଟୁ ଘେରଉ କରିଦେଇଥିଲେ ପୁଲିସ ଫୋର୍ସ। ଅଞ୍ଚଳକୁ ନିଜ କବ୍ଜାକୁ ନେଇଗଲେ। ଯେଉଁ ଆଡ଼େ ଦେଖିଲେ ଖାଲି ମାଳମାଳ ପୁଲିସ ଫୋର୍ସ ହାତରେ ବନ୍ଧୁକ ଧରିଥାଆନ୍ତି। ରାସ୍ତାକୁ ସିଲ୍ କରି କାହାରିକୁ ଯିବାକୁ ଦେଲେ ନାହିଁ। ସୁରକ୍ଷା ଦେବା ଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏସ୍ଓଜି, ଏନ୍ଏସ୍ଜି କମାଣ୍ଡୋ, ସ୍ଥାନୀୟ ପୁଲିସ, ଅଗ୍ନିସମ ଟିମ୍ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଇଥିଲେ। ବିଧାନସଭା ଭିତରେ ୬ ଆତଙ୍କବାଦୀ ପଶିଥିବା ଜଣାଇ ଭୟଭୀତ ନହେବାକୁ ସାହସ ଦେବା ସହ ଅପରେସନ୍ ଆରମ୍ଭ କରିଥିଲେ। ଏନ୍ଏସ୍ଜି ଓ ଏସ୍ଓଜି ଟିମ୍ ମୁଣ୍ଡରେ କ୍ୟାମେରା ପିନ୍ଧା ହେଲ୍ମେଟ୍ ସାଙ୍ଗକୁ ଅତ୍ୟାଧୁନିକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଧରି ଭିତରକୁ ପଶୁ ପଶୁ ଅତାଙ୍କବଦୀ ଆଖିବୁଜା ଗୁଳି କରିଥିଲେ। ଉଭୟ ପକ୍ଷରୁ ଘନଘନ ଗୁଳିମାଡ଼ ହୋଇଥିଲା। ବାହାରେ ଥିବା ଅଗ୍ନିଶମ ବାହିନୀର କମାଣ୍ଡ କଣ୍ଟ୍ରୋଲ୍ ବସ୍ ଓ ଡ୍ରୋନ୍ରୁ ସ୍ଥିତି ଉପରେ ନଜର ରଖାଯିବା ସହ ଅତାଙ୍କବାଦୀଙ୍କ ଠିକଣାକୁ ଠାବ କରି ଦୁଇଟିମ୍କୁ ତଥ୍ୟ ଦିଆଯାଉଥିଲା। ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ୭ଘଣ୍ଟା ଧରି ଅପରେସନ୍ ପରେ ସମସ୍ତ ୬ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଅନ୍ୟପଟେ ଆତଙ୍କବାଦୀଙ୍କ ପାଲଟା ଆକ୍ରମଣ ଯୋଗୁ କିଛି ଫୋର୍ସ ଆହତ ହୋଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ତେବେ ବିଧାନସଭାରେ କୌଣସି ଆତଙ୍କବାଦୀ ପଶିନଥିଲେ; ଆଜି ଏନ୍ଏସ୍ଜି ଓ ଏସ୍ଓଜି ପକ୍ଷରୁ ମିଳିତ ମକ୍ଡ୍ରିଲ୍ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆତଙ୍କବାଦୀଙ୍କ କବ୍ଜାରେ ବିଧାନସଭା ୭ ଘଣ୍ଟାର ଅପରେସନ୍ ପରେ ନିପାତ: ଏନ୍ଏସ୍ଜି ଓ ଏସ୍ଓଜିର ମକ୍ଡ୍ରିଲ୍
ହଠାତ୍ ବିଧାନସଭାରେ ଗୁଳିମାଡ଼ ସାଙ୍ଗକୁ ବୋମାମାଡ଼ ଗର୍ଜନ। କେହି କିଛି ବୁଝିପାରି ନଥିଲେ। କିଛି କ୍ଷଣ ମଧ୍ୟରେ ୮ରୁ ୧୦ ଭ୍ୟାନ୍ରୁ ଯବାନ ଓହ୍ଲାଇ ଚାରିଆଡ଼େ ଧାଇଁଥିଲେ। ବିଧାନସଭା ଓ ଆଖପାଖ ଅଞ୍ଚଳର........
/sambad/media/media_files/2025/08/19/untitled-10-2025-08-19-05-17-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)