ଆଇଆଇଟି, ଜେଇଇ ପାଇଁ ଟେସ୍‌ଲା କ୍ଲାସେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟେସ୍‌ଲା କ୍ଲାସେସ୍‌। ଆଇଆଇଟି ମୁମ୍ବାଇର ପୂର୍ବତନ ଛାତ୍ର ତଥା ପ୍ରତିଷ୍ଠିତ ଫିଜିକ୍ସ ପ୍ରଫେସର ଅଭୟ ସାର୍‌ ଏବଂ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ତଥା କେମେଷ୍ଟ୍ରି ଶିକ୍ଷକ ଚୌହାନ ସାରଙ୍କ ତତ୍ତ୍ୱାବଧାନରେ ଏହି ଅନୁଷ୍ଠାନଟି ଆରମ୍ଭ ହୋଇଛି। ଓଡ଼ିଶାରେ ଆଇଆଇଟି ଓ ଜେଇଇ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ରାମମନ୍ଦିର ନିକଟସ୍ଥ ଓସିଏଚ୍‌ସି ବିଲ୍‌ଡିଂରେ ଏହି ଅନୁଷ୍ଠାନ ଆରମ୍ଭ ହେଉଛି। ଏହି ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନେ ଉଚ୍ଚମାନର ଶିକ୍ଷା ପାଇ ପାରିବେ ବୋଲି କୁହାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନରେ ବାରମ୍ବାର ଶିକ୍ଷକମାନଙ୍କ ବଦଳି ଏବଂ ନିମ୍ନମାନର ଶିକ୍ଷାଦାନ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ଏହି ଶିକ୍ଷାନୁଷ୍ଠାନରେ ଏହା ଘଟିବାର ସମ୍ଭାବନା ନାହିଁ ବୋଲି ଚୌହାନ ସାର ପ୍ରତିଶ୍ରୁତି ଦେଇଥିଲେ। ଟେସ୍‌ଲା କ୍ଲାସରେ ଆଡ୍‌ମିସନ୍‌ କିମ୍ବା ଅଧିକ ବିବରଣୀ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ମୋବାଇଲ୍‌ରୁ ୭୨୯୦୦୯୫୦୯୦ରେ ମିସ୍‌କଲ୍‌ ଦେବାକୁ ଅନୁରୋଧ କରାଯାଇଛି। ସୂଚନା ଯୋଗ୍ୟ ଯେ,ଏହାର ଏକ ଶାଖା ଚନ୍ଦ୍ରଶେଖରପୁରଠାରେ ଅଛି। ଶେଷରେ ଟେସ୍‌ଲା କ୍ଲାସେସ୍‌ର ପରିଚାଳନା ନିର୍ଦେଶକ ସୈଲେନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର