ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ କଳସ ଶୋଭାଯାତ୍ରା

ଭୁବନେଶ୍ୱର: ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଜି ଜୟଦେବ ବିହାରସ୍ଥିତ ସୁଲୋଚନା ମଣ୍ଡପରେ କିନ୍ନରମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା କରାଯାଇଥିଲା। ଧାରା ୩୩୭ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ ଜଣାଇ ବିଶ୍ୱଶାନ୍ତି ଓ ସମାଜ କଲ୍ୟାଣ ପାଇଁ କିନ୍ନରମାନେ ଏକାଠି ହୋଇଥିଲେ। ଏହି ଅବସରରେ ୪ ଜଣ ନୂତନ କିନ୍ନରଙ୍କର ନାମକରଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ନବ କିଶୋର ବେହେରା, ନୂଆପଲ୍ଲୀ ଦୁର୍ଗାପୂଜା କମିଟିର ସଭାପତି ପବିତ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୀରା ପରିଡ଼ା, ମାଧୁରି କିନ୍ନର, ବବି କିନ୍ନରଙ୍କ ସମେତ ଯାଜପୁର, ବ୍ରହ୍ମପୁର, କଟକ, ନୟାଗଡ଼ ଆଦି ଜିଲ୍ଲାରୁ କିନ୍ନରମାନେ ଯୋଗ ଦେଇଥିଲେ। ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର