ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ

ବାଲିପାଟଣା : ବନମାଳିପୁର ସତ୍‌ସଙ୍ଗ ବିହାରଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପୁଣ୍ୟ ୧୩୧ତମ ଜନ୍ମ ମହୋତ୍ସବ ଓ ଶ୍ରୀମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଧୁମ୍‌ଧାମରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୂର୍ତ୍ତରୁ ବେଦମାଙ୍ଗଳିକ, ଉଷାକୀର୍ତ୍ତନ, ଅମିୟ ଗ୍ରନ୍ଥାଦିପାଠ, ନଗର ପରିକ୍ରମା ଅନୁଷ୍ଠିତ ହେବା ପରେ ଏକ ସାଧାରଣ ଧର୍ମସଭାର ଆୟୋଜନ କରାଯାଇଥିଲା। ଏହି ଧର୍ମସଭାରେ ମୁଖ୍ୟ ଅତିଥି ଭାବେ ବିହନ ନିଗମ ଅଧୢକ୍ଷ ତଥା ଜୟଦେବର ପୂର୍ବତନ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧୢରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧୢକ୍ଷ ଡ. ସରୋଜକାନ୍ତ ମହାନ୍ତି, ସମ୍ମାନିତ ଅତିଥି ଭାବେ ଡ. ସରୋଜକାନ୍ତ ଦଳେଇ ପ୍ରମୁଖ ଯୋଗଦେଇ ‘ସା˚ପ୍ରତିକ ପରିସ୍ଥିତିରେ ଠାକୁରଙ୍କ ଦିବ୍ୟ ଜୀବନ ଓ ବାଣୀ’ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ମାତୃ ସମ୍ମିଳନୀ, ସନ୍ଧ୍ୟା ବିନତି, ଗ୍ରନ୍ଥପାଠ, ସତ୍‌ସଙ୍ଗ, ନାମ-କୀର୍ତ୍ତନ ସହ ସା˚ସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ସ˚ଯୋଜକ ବୈରାଗୀ ସାହୁ, ରଘୁନାଥ ଲେଙ୍କା, ସୁରେନ୍ଦ୍ର ସାହୁ, ପ୍ରଫୁଲ୍ଲ ସାହୁ, ଧୀରେନ୍ଦ୍ର ସାହୁ, ବ୍ରଜ କିଶୋର ସାହୁ, କେଦାରନାଥ ସାହୁଙ୍କ ସମେତ ବହୁ ଭକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର