ଭୁବନେଶ୍ବର: ଯୁବପିଢ଼ିଙ୍କୁ ନଜରରେ ରଖି ପ୍ରଥମ ଥର ଲାଗି ଏକ ସ୍କୁଟର ପ୍ରସ୍ତୁତ ହୋଇଛି ଯାହାର ବଜାର ପ୍ରବେଶ କରାଯାଇଛି। ସ୍ପିଡ୍‌, ପ୍ରଦର୍ଶନ, ଲୁକ୍, ରଙ୍ଗ ଓ ପ୍ରଯୁକ୍ତି ଆଦି ସବୁ କିଛି ଯୁବପିଢ଼ିଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ଟିଭିଏସ୍‌ ମୋଟର କମ୍ପାନି ଏହି ସ୍କୁଟର ଟିଭିଏସ୍‌ ଏନ୍‌ଟର୍କ ୧୫୦କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଭାରତର ପ୍ରଥମ ହାଇପର୍‌ ସ୍ପୋର୍ଟ ସ୍କୁଟର। କମ୍ପାନି ପକ୍ଷରୁ କୁହାଯାଇଛି ଯେ ତାହା ଯୁବପିଢ଼ିଙ୍କୁ ରୋମାଞ୍ଚିତକରିବ। ଏଥିରେ ୧୪୯.୭ ସିସି ଇଞ୍ଜିନ ବ୍ୟବହାର କରାଯାଇଛି। ଯୁଦ୍ଧ ବିମାନ ଡିଜାଇନ୍‌ରୁ ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଇଥିବା ନୂଆ ଏନ୍‌ଟର୍କ ୧୫୦ ମାତ୍ର ୬.୩ ‌ସେକେଣ୍ଡରେ ଘଣ୍ଟା ପ୍ରତି ୬୦ କିମି ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯିବ। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧,୧୯,୦୦୦ ଟଙ୍କା ରହିଛି। ଆସନ୍ତା ସେପ୍ଟେମ୍ବର ୨୨ରେ ଜିଏସ୍‌ଟି ହ୍ରାସ ଲାଗୁ ହେବା ପରେ ସ୍କୁଟର୍‌ର ନୂଆ ଦର ଘୋଷଣା ହେବ। ଟିଭିଏସ୍‌ ଡିଲର୍‌ସିପ୍‌ଗୁଡ଼ିକରେ ସ୍କୁଟର୍‌ର ବୁକିଂ ଆରମ୍ଭ ହୋଇଛି। 

Advertisment

ଏଥିରେ ମଲ୍ଟିପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍, ଏବିଏସ୍‌, ସାମ୍ନାରେ ଷ୍ଟାଇଲିସ୍‌ ଆଲୋକ ବ୍ୟବସ୍ଥା, ନେକେଡ୍ ହାଣ୍ଡେଲ୍‌ବାର୍‌, ଆଲେକ୍ସା ଓ ସ୍ମାର୍ଟୱାଚ୍‌ ସମନ୍ବୟ, ଯାନକୁ ଲାଇଭ୍‌ ଟ୍ରାକ୍ କରିବା ବ୍ୟବସ୍ଥା ସହିତ ୫୦ରୁ ଅଧିକ ସ୍ମାର୍ଟ ସୁବିଧାସୁଯୋଗ ରହିଛି। ଏହା ଘଣ୍ଟା ପିଛା ସର୍ବାଧିକ ୧୦୪ କିମି ବେଗରେ ଗତି କରିବ। ଆଡାପଟିଭ୍‌ ଟିଏଫ୍‌ଟି ଡିସ୍‌ପ୍ଲେ, ସିଟ୍‌ ତଳେ ୨୨ ଲିଟର୍‌ର ସଂରକ୍ଷଣ ସ୍ଥାନ ସ୍କୁଟରକୁ ଅଧିକ ଉପଯୋଗୀ କରିପାରିଛି। ଏହା ଦୁଇଟି ଭାରିଆଣ୍ଟ୍‌ରେ ଏବଂ ଷ୍ଟିଲ୍‌ଥ ସିଲ୍‌ଭର୍‌, ରେସିଂ ରେଡ୍, ଟର୍ବୋ ବ୍ଲୁ, ନାଇଟ୍ରୋ ଗ୍ରିନ୍ ରଙ୍ଗରେ ଉପଲବ୍ଧ ହେବ। 

ଟିଭିଏସ୍‌ ମୋଟର କମ୍ପାନିର ଟିଭିଏସ୍‌ ଏନ୍‌ଟର୍କର ବ୍ରାଣ୍ଡ୍‌ ମ୍ୟାନେଜର ରାଜ ବିଶ୍ବାସ କହିଛନ୍ତି ଯେ ଯୁବପିଢ଼ିଙ୍କୁ ନଜରରେ ରଖି ପ୍ରଥମ ଥର ପାଇଁ ଏକ ୧୫୦ ସିସି ସ୍କୁଟର ବିକାଶ କରାଯାଇଛି। ଏହା ବଜାରରେ ଏକ ସ୍ବତନ୍ତ୍ର ବର୍ଗ ସୃଷ୍ଟି କରିବ। ସବୁ ବୟସ ବର୍ଗ ବ୍ୟବହାର କରିବା ଭଳି ଅନେକ ସ୍କୁଟର ବଜାରରେ ଥିଲେ ମଧ୍ୟ କେବଳ ଯୁବପିଢ଼ିଙ୍କ ଆବଶ୍ୟକତା ପୂରଣ କରିବା ଭଳି ସ୍କୁଟରର ଯେଉଁ ଅଭାବ ଥିଲା ତାହାକୁ ଏହି ସ୍କୁଟର ପୂରା କରିବ।