ଓଡ଼ିଶା ଆୟକର କର୍ମଚାରୀ ସଂଘର ୨୬ତମ ମହାଅଧିବେଶନ ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଶା ଆୟକର କର୍ମଚାରୀ ସଂଘ ପକ୍ଷରୁ ହୋଟେଲ ସାଣ୍ଡି ଟାୱାର ଠାରେ ୨ଦିନିଆ ୨୬ତମ ମହାଅଧିବେଶନ ଦ୍ବିବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଆୟୋଜିତ ଖୋଲା ଅଧିବେଶନରେ ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ ଆୟକର କମିସନର ୱାଇ. ଗଜେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ରାଷ୍ଟ୍ର ନିର୍ମାଣରେ ଆୟକର ବିଭାଗର ପ୍ରମୁଖ ଭୂମିକା ରହିଛି। ସମ୍ମାନିତ ଅତିଥି ଆୟକର ପ୍ରଧାନ କମିସନର ଧୀରେନ୍ଦ୍ର କୁମାର ମିଶ୍ର କହିଲେ, ଆୟକର କର୍ମଚାରୀଙ୍କ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ଯୋଗୁଁ ପ୍ରତି ବର୍ଷ କେନ୍ଦ୍ରୀୟ ବୋର୍ଡ ଦ୍ବାରା ଦିଆଯାଉଥିବା ବଜେଟ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସମ୍ଭବ ହୋଇପାରୁଛି।

ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ଉପସଭାପତି ଅମିତାଭ ଦେ, ସର୍ବଭାରତୀୟ ଯୁଗ୍ମସଂପାଦକ ଜେପି ସିଂହ ଓ ସାଧାରଣ ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିଥିଲେ। ଆୟକର କର୍ମଚାରୀ ସଂଘର ସର୍ବଭାରତୀୟ ମହାସଚିବ ରୂପକ ସରକାର ଓ ସାଧାରଣ ସଚିବ ଚିତ୍ତ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା କର୍ମଚାରୀ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ସାଧାରଣ ସଚିବ ଭାବେ ଚିତ୍ତରଞ୍ଜନ ପଟ୍ଟନାୟକ, ସଭାପତି କେଏସ୍‌ଏନ୍‌ ପାତ୍ର, ଉପସଭାପତି ମାନସ ରଞ୍ଜନ ବାରିକ, ଅତିରିକ୍ତ ସଚିବ ଏମ୍‌ କେ ସାଇ, ଯୁଗ୍ମ ସଚିବ ଦେବାଶିଷ ଲେଙ୍କା ଓ ତ୍ରିଲୋଚନ ମଲ୍ଲିକ, ବିତ୍ତ ସଚିବ ଧୀରେନ୍ଦ୍ର କୁମାର ସାହୁ, ଭୁବନେଶ୍ବର କ୍ଷେତ୍ରୀୟ ସଚିବ ତହସିଲ ଭୋଇ, କଟକ କ୍ଷେତ୍ରୀୟ ସଚିବ ଶିବ ପ୍ରସାଦ ରଥ, ସହାୟକ ସଚିବ ଭାବେ ଦେବଦତ୍ତ ତ୍ରିପାଠୀ, ଅମରେନ୍ଦ୍ର କୁମାର ଓ ସଞ୍ଜୟ କୁମାର ବେହେରାଙ୍କୁ ନିର୍ବାଚିତ କରାଯାଇଛି।

ସମ୍ବନ୍ଧିତ ଖବର